Latest Odisha News

BREAKING NEWS

କରୋନା ବ୍ୟାପୁଛି : ରାଜ୍ୟରେ ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

ଭୁବନେଶ୍ବର : ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କ କରିଛି ପ୍ରଶାସନ । ଆଗକୁ କିପରି ସଂକ୍ରମଣ ନବ୍ୟାପିବ, ସେଥିପାଇଁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ସେହିପରି ଆଗକୁ ହୋଲି ଥିବାରୁ ଏନେଇ ସତର୍କ କରିଛି ଆଇଏଲଏସ । ହୋଲିରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବାକୁ କରିଛି ଆଇଏଲଏସ ।

ହୋଲି ସମୟରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହାତକୁ ଭଲ ଭାବେ ଧୋଇବା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସଂକ୍ରମଣ ଯେପରି ନବ୍ୟାପିକ ସେଥିପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ତାଙ୍କ କହିବା କଥା, ହୋଲି ପାଳନ ସମୟରେ କରୋନା ସତର୍କତା ଅବଲମ୍ବନ କରିବା ଜରୁରୀ । ମୁହଁରେ ରଙ୍ଗ ନୁହେଁ ବଦଳରେ ରଙ୍ଗୀନ କପଡା ମାସ୍କ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.