Latest Odisha News

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା: ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛି, ଡାକ୍ତର ଜଳଖିଆ ଖାଉଛନ୍ତି

ଯାଜପୁର:ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ରୋଗୀ  ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ । ଡାକ୍ତରଖାନା ପରିସରରେ ଉତ୍ତେଜନା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଜଳଖିଆ ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ କହୁଥିଲେ ହେଁ ଶୁଣୁ ନାହାନ୍ତି ଡାକ୍ତର । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଏହାର ଭିଡିଓ କରିଛନ୍ତି ଯାହା ଏବେ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି,  ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି ।  ଅନ୍ୟପଟେ କାଯ୍ୟରେ ଥିବା ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ ।  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି,  ଦୁର୍ଘଟଣାରେ ଶିକାର ହୋଇ ଜଣେ  ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି  ଛଟପଟ ହୋଉଛନ୍ତି। ଯନ୍ତ୍ରଣାରେ ଚିତ୍କାର ବି କରୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ  ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁ ନାହାନ୍ତି ।  ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇବାକୁ ଚେଷ୍ଟା କରୁଛନ୍ତି ।

ସୂଚନାଥାଉ କି,  ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି ।  ଏପରି ସ୍ଥିତିରେ ଏହି ଭିଡ଼ିଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

Comments are closed.