ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ମାତ୍ର ସମ୍ଭବ, ଅବିଶ୍ୱାସ ଲାଗୁଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ। ଆକର୍ଷଣୀୟ ଓ ଅଜବ। ସାରା ଦୁନିଆରେ ଅନେକ ଜିନିଷ ଅଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ ଓ ବିସ୍ମିତ କରିଦିଏ। ସାରା ବ୍ରହ୍ମାଣ୍ଡରେ ଏପରି ଅନେକ ଚକିତ ଓ ଚମକିତ କରିବା ଭଳି ଘଟଣା ମାନ ନିତିଦିନ ଘଟୁଛି। ଏପରି ଏକ ଗଗନଶ୍ଡୁମ୍ଭୀ ଅଟ୍ଟାଳିକା କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏହିପରି ଅନେକ ଅଟ୍ଟାଳିକା ନିର୍ମାଣ କରାଯାଇଛି ଯାହା ସେମାନଙ୍କର ଆକର୍ଷଣୀୟ ଡିଜାଇନ୍ ହେତୁ ଆଲୋଚନା ହେଉଛି।
ଅଜବ ନିର୍ମାଣରେ ଚୀନ ବିଶ୍ୱ ବିଖ୍ୟାତ। ଚାଇନାରେ ଏପରି ଅନେକ ଜିନିଷ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଦଶ ବର୍ଷ ପୂର୍ବେ ଚୀନ୍ ଏପରି ଏକ କୋଠା ନିର୍ମାଣ କରିଥିଲା ଯେଉଁଥିରେ ଆଜି ସମୁଦାୟ ୩୦ ହଜାର ଲୋକ ବାସ କରନ୍ତି। ଏହି ବିଲ୍ଡିଂରେ ଏତେ ସଂଖ୍ୟକ ଲୋକ ରହୁଥିଲେ ମଧ୍ୟ ଭିତରର ସୁବିଧା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଇନାର ହାଙ୍ଗଝୁ, କିଆନଜିଆଙ୍ଗ ଶତାବ୍ଦୀ ସିଟିରେ ନିର୍ମିତ ରେଜିଣ୍ଟ ଇଣ୍ଟରନ୍ୟାସନାଲ ଆପାର୍ଟମେଣ୍ଟ ଏହି ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଯାଇଛି।
ଏସ ଢାଞ୍ଚାରେ ନିର୍ମିତ ଏକ କୋଠାରେ ସମୁଦାୟ ତିରିଶ ହଜାର ଲୋକ ଏକାଠି ରୁହନ୍ତି। ଏହି ଜନସଂଖ୍ୟା ଏହାକୁ ଏକ ଛୋଟ ଟାଉନ ବୋଲି ଧରାଯାଏ। ଏହି ୩୬ ମହଲା କୋଠା ୨୦୧୩ ରେ ଉଦ୍ଘାଟିତ ହୋଇଥିଲା। ସେହି ସମୟରେ କୋଡ଼ିଏ ହଜାର ଲୋକ ବାସ କରୁଥିଲେ। ବର୍ତ୍ତମାନ ଦଶ ବର୍ଷ ପରେ ଏଠାରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ତିରିଶ ହଜାରରେ ପହଞ୍ଚିଛି।