Latest Odisha News

BREAKING NEWS

ନେହା-ଆଦିତ୍ୟଙ୍କ ବ୍ୟାଚଲର ପାର୍ଟି

ମୁମ୍ବାଇ: ବଲିଉଡର ଉଦୀୟମାନ ଗାୟନ ନେହା କକ୍କର ଓ ଆଦିତ୍ୟ ନାରାୟଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୪ରେ ଏହି ଦୁଇଜଣ ବିବାହ କରିବେ । ଆଦିତ୍ୟ-ନେହା ଏଥିନେଇ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ।

ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଭାଇରାଲ ହୋଇଛି । ଇଣ୍ଡିଆନ ଆଇଡଲ-୧୧ ତମ ସଂସ୍କରଣ ଅବସରରେ ସେମାନେ ଏହି ପାର୍ଟିର ଆୟୋଜନ କରିଥିଲେ ।

ନେହା ବ୍ରାଇଡ ଟୁ ବି ଚଷମା ଲଗାଇବା ସହ ସବୁଜ ରଙ୍ଗର ଆକର୍ଷଣୀୟ ସାଢ଼ୀ ପିନ୍ଧିଥିଲେ । ଆଦିତ୍ୟ ସମ୍ପୂର୍ଣ୍ଣ ରୋମାଂଟିକ ଶୈଳୀରେ ନେହାକୁ ଏହି ଅବସରରେ ପ୍ରପୋଜ କରିଥିଲେ ।

ସେଟରେ ଉଭୟ ଡ୍ୟାନ୍ସ ମଧ୍ୟ କରିଥିଲେ । ଏହି ଦୁଇ ଗାୟକଙ୍କୁ ବିଭିନ୍ନ ମହଲର ସୁପର ଯୋଡି ଆଖ୍ୟା ଦିଆଯାଇଛି । ପୂର୍ବରୁ ଆଦିତ୍ୟ ନାରାୟଣ ମାତାପିତା ଇଣ୍ଡିଆନ ଆଇଡଲରେ ଉଭୟଙ୍କ ବିବାହ ସମ୍ପର୍କରେ ଜଣାଇଥିଲେ ।

Leave A Reply

Your email address will not be published.