Latest Odisha News

BREAKING NEWS

ନେହାଙ୍କ ଘରକୁ ଆସିବ କୁନି ଅତିଥି

ମୁମ୍ବାଇ: ପୁଣି ଥରେ ମା ହେବେ ଅଭିନେତ୍ରୀ ନେହା ଧୁପିଆ। ନେହା ଏବଂ ପତି ଅଙ୍ଗଦ ବେଦୀ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ସେମାନେ ତାଙ୍କ ଦ୍ୱିତୀୟ ସନ୍ତାନକୁ ଖୁବ୍‌ ଶୀଘ୍ର ସ୍ୱାଗତ କରିବେ। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ମେହେର ମଧ୍ୟ ଅଛି।

ଉଭୟ ଦମ୍ପତି ସୋସିଆଲ ମିଡିଆରେ ଏକ ଆକର୍ଷଣୀୟ ପୋଷ୍ଟ ସହିତ ନେହା ତାଙ୍କ ଦ୍ୱିତୀୟ ଗର୍ଭଧାରଣ ବିଷୟରେ ପ୍ରଶଂସକଙ୍କ ଅବଗତ କରାଇଛନ୍ତି। ଏଥିରେ ନେହାଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ନେହା ଏହା ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଗର୍ଭଧାରଣ ବିଷୟରେ ସୂଚନା ଦେଇଥିଲେ।

Comments are closed.