Latest Odisha News

BREAKING NEWS

ଚିନ୍ତା ବଢାଇଲାଣି ନୋରୋଭାଇରସ୍

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ କରୋନା ମହାମାରୀ ସହ ମୁକାବିଲା କରୁଥିବା ବେଳେ ଏହା ଭିତରେ ଆଉ ଏକ ସଙ୍କଟ ଉଭା ହୋଇଛି। ବର୍ତ୍ତମାନ ଆଉ ଏକ ଭୟଙ୍କର ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନୋରୋଭାଇରସ୍ କୁହାଯାଉଛି। ଏହା ଭୋମିଟିଙ୍ଗ୍‌ ବଗ୍‌ ଭାବରେ ଜଣାଶୁଣା। ଏହା ଅତ୍ୟଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ନିକଟରେ ଇଂଲଣ୍ଡରେ ଏହି ନୋରୋଭାଇରସ୍ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ବୋଲି ଜନସ୍ୱାସ୍ଥ୍ୟ ଇଂଲଣ୍ଡ (PHE) ପକ୍ଷରୁ ଜଣାପଡ଼ିଛି।

ବ୍ରିଟିଶ ସରକାର ଆଜି ଇଂଲଣ୍ଡରେ ଦୈନନ୍ଦିନ ଜୀବନ ଉପରେ ମହାମାରୀ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏହାକୁ ନେଇ ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି ଯେ ଏହା ଆଗକୁ ଆହୁରି ବିପଦ ଆଣିପାରେ।

Leave A Reply

Your email address will not be published.