ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ଚୁଲବୁଲି ଗାୟିକା ନହା କକ୍କର ସର୍ବଦା ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ତାଙ୍କର କ୍ୟାଣ୍ଡି ସପ ଗୀତ ରିଲିଜ ହୋଇଥିଲା । ଏହି ଗୀତ ଯୋଗୁ ନେହାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡିଥିଲା । ଏବେ ହଠାତ ନେହା ଇନଷ୍ଟାଗ୍ରାମରେ ଏ ଭଳି ଏକ ପୋଷ୍ଟ କରିଛନ୍ତି ଯାହା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ନେହା ତାଙ୍କ ସୋସିଆଲ ମିଡିଆ ଆକାଂଉଟରେ ଲେଖିଛନ୍ତି ଯେ, ଦାୟିତ୍ୱ, ସମ୍ପର୍କ, କାମ ଏବଂ ଅନ୍ୟ ସମସ୍ତ କାର୍ଯ୍ୟରୁ ମୁଁ ଏବେ ବ୍ରେକ ନେଉଛି । ମୁଁ ଜାଣି ନାହିଁ ଫେରିବି କି ନାହିଁ ବୋଲି ମଧ୍ୟ ସେ ଲେଖିଛନ୍ତି ।
ଏଥିସହ ସେ ଆଉ ଏକ ପୋଷ୍ଟରେ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଅନୁରୋଧ କରିଛନ୍ତି । ଟୋନି କକ୍କରଙ୍କ ଦ୍ୱାରା ରଚିତ କ୍ୟାଣ୍ଡି ସପ ଗୀତରେ ନେହାଙ୍କ ଡ୍ୟାନ୍ସ ଷ୍ଟେପକୁ ପସନ୍ଦ କରାଯାଇ ନ ଥିଲା । ନେହା ୨୦୨୦ରେ ପଞ୍ଜାବୀ ସଂଗୀତ କଳାକାର ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ । ୨୦୨୫ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା ।