Latest Odisha News

BREAKING NEWS

ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର..

ମୁମ୍ବାଇ: ଷ୍ଟେଜ୍ ଉପରେ ଭୋ ଭୋ ହୋଇ କାନ୍ଦିଲେ ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର । କ୍ଷମା ପ୍ରାର୍ଥନା କରି କାନ୍ଦିବାକୁ ଲାଗିଲେ । ହେଲେ ସାମ୍ନାରେ ଥିବା ଦର୍ଶକ ନେହାଙ୍କ ଉପରେ ପୂରା ରାଗିକି ଧୂଆଁ । ନେହାଙ୍କୁ ଫେରିଯିବାକୁ ସିଧା ସିଧା କହିଦେଇଥିଲେ ଦର୍ଶକ ।

ତେବେ  ସମ୍ପ୍ରତି ମେଲବୋର୍ଣ୍ଣରେ ଏକ ଲାଇଭ୍ କନସର୍ଟ ଷ୍ଟେଜରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତରେ, ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କରଙ୍କ ଏଠି ଲାଇଭ ଶୋ ରହିଥିବା ବେଳେ କନସର୍ଟରେ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ନେହା । ଯାହାପରେ ପୂରା ଖପ୍ପା ହୋଇଯାଇଥିଲେ ଦର୍ଶକ  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓଟିରେ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ସୂଚନା ଅନୁଯାୟୀ, ନେହା କନସର୍ଟରେ ୩ ଘଣ୍ଟା ବିଳମ୍ବରେ ଯେତେବେଳେ ଷ୍ଟେଜରେ ଚଢିଥିଲେ, ସେତେବେଳେ ଫ୍ୟାନ୍ସ ଆକ୍ରୋଶର ଶିକାର ହୋଇଥଇଲେ ନେହା । ଫ୍ୟାନ୍ସ ତାଙ୍କୁ ଫେରିଯିବା ପାଇଁ କହିଥିଲେ । ଯେଉଁଥିରେ ନେହା ମଞ୍ଚ ଉପରେ ଭାଙ୍ଗି ପଡ଼ିବା ସହ ତାଙ୍କ ପାଇଁ ଧର୍ଯ୍ୟର ସହିତ ଅପେକ୍ଷା କରିଥିବା ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଏତେ ସମୟ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରି କହିଥିଲେ, ମୁଁ ବାସ୍ତବରେ ଧନ୍ୟ, ଆପଣମାନେ ଧର୍ଯ୍ୟର ସହ ମୋ ପାଇଁ ଅପେକ୍ଷା କରିଥିଲେ । ମୁଁ କେବେ କି କାହାକୁ ଅପେକ୍ଷା କରାଏନାହିଁ । ହେଲେ ଆଜି…ମୁଁ ଦୁଖିତଃ..ଏହା ମୋର ପାଇଁ ଅର୍ଥ ରଖେ । ଏହି ଦିନ ମୋର ସବୁଦିନ ପାଇଁ ମନେରହିବ ବୋଲି କହିଥିଲେ ନେହା ।

ହେଲେ ଏଥିରେ ସନ୍ତୁଷ୍ଟ ହୋଇନଥିଲେ ଫ୍ୟାନ୍ସ । ଫ୍ୟାନ୍ସ ନେହାଙ୍କୁ ଫେରିଯାଅ! ତୁମର ହୋଟେଲରେ ବିଶ୍ରାମ ନିଅ ବୋଲି କହିବା ସହିତ, କେହି ଜଣେ ଏହା ଇଣ୍ଡିଆ ନୁହେଁ ଅଷ୍ଟ୍ରେଲିଆ ବୋଲି କହିଥିଲେ । ଆଉ କେହି କେହି ଏହା ଇଣ୍ଡିଆନ୍ ଆଇଡଲ ଷ୍ଟେଜ୍ ନୁହଁ, ଏଠି ଆକ୍ଟିଙ୍ଗ୍ କରନାହିଁ ବୋଲି କହି ନେହାକୁ ସମାଲୋଚନ କରିଥିଲେ ।

Leave A Reply

Your email address will not be published.