Latest Odisha News

BREAKING NEWS

ଆଜାଦି କା ଅମୃତ ମହୋତ୍ସବ ବ୍ୟାନରରେ ନେହେରୁଙ୍କ ଫଟୋ ନ ଥିବା ନେଇ ବିବାଦ

ନୂଆଦିଲ୍ଲୀ: ଭାରତ ସରକାର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଙ୍କ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଶନିବାର ଆଇସିଏଚଆର ଏ ନେଇ ଏକ ବ୍ୟାନର ପ୍ରକାଶିତ କରିଛି । ଏଥିରେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଫଟୋ ନ ଥିବାରୁ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

BjdElectrycity

ଏହି ବ୍ୟାନରରେ ମାହାତ୍ମା ଗାନ୍ଧୀ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ବୀର ସାବରକର, ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲବଭାଇ ପଟେଲ, ମଦନ ମୋହନ ମାଲବ୍ୟୟ, ଭଗତ ସିଂ ଓ ବିଆର ଆମ୍ବେଦକରଙ୍କ ଫଟୋ ରହିଛି । କଂଗ୍ରେସ ଏମପି ଶଶି ଥରୁର ଏହାକୁ ସମାଲୋଚନା କରିଛନ୍ତି । ଏବେ ଏହି ବ୍ୟାନରକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହେବା ଆରମ୍ଭ ହୋଇଛି ।

Leave A Reply

Your email address will not be published.