Latest Odisha News

ଅଧିକ ଟଙ୍କାର ଚେକ୍ ଦେଉଥିଲେ ହୁଅନ୍ତୁ ସାବଧାନ, ନଚେତ୍ ବାଉନସ ହେବ ଚେକ୍

ନୂଆଦିଲ୍ଲୀ : ଅଧିକ ଟଙ୍କାର ଚେକ୍ ଦେଉଥିଲେ ଏଣିକି ହୁଅନ୍ତୁ ସାବଧାନ । ଚେକ୍ ସମ୍ପର୍କରେ ବ୍ୟାଙ୍କକୁ ଅବଗତ ନକଲେ ବାଉନସ ହୋଇପାରେ ଆପଣଙ୍କ ଚେକ୍ । ଦିନକୁ ଦିନ ବ୍ୟାଙ୍କ ଜାଲିଆତି ସଂଖ୍ୟା ବଢୁଥିବାରୁ ଏଭଳି ନିୟମ ଆପଣାଇବା ଲାଗି ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ । ପଜିଟିଭ ପେ ସିଷ୍ଟମ ନିୟମ ଗତ ଜାନୁଆରୀରୁ ତିଆରି ହୋଇଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ନଥିଲା । ବର୍ତ୍ତମାନ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି ।

ନୂଆ ନିୟମ ଅନୁସାରେ ଚେକ୍ ପ୍ରଦାନକାରୀ ବ୍ୟକ୍ତି ଚେକ୍ ଦିଆଯାଇଥିବା ସମ୍ପର୍କରେ ସବିଶେଷ ବିବରଣୀ ନେଟ୍ ବ୍ୟାଙ୍କିଙ୍ଗ୍‌ ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ବ୍ୟାଙ୍କକୁ ଜଣାଇବେ । କିମ୍ବା ବ୍ୟକ୍ତିଗତ ଭାବେ ହାଜର ହୋଇ ବ୍ୟାଙ୍କକୁ ସବିଶେଷ ତଥ୍ୟ ଦେବେ । ନଚେତ୍ ଚେକ ବାଉନସ ହୋଇଯିବ । ବରିଷ୍ଠ ନାଗରିକମାନେ ଏସଏମଏସ ବା ଇମେଲ ଜରିଆରେ ବି ବ୍ୟାଙ୍କକୁ ଅବଗତ କରିପାରିବେ । ୫୦ ହଜାରରୁ ଅଧିକ ଟଙ୍କାର ଚେକରେ ଏହି ନିୟମ ଲାଗୁ କରିବା ଲାଗି ଆରବିଆଇ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.