ବେଙ୍ଗାଳୁରୁ : କର୍ଣ୍ଣାଟକରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ । ଜାତୀୟ ଶିକ୍ଷାନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ କର୍ଣ୍ଣାଟକ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଜାତୀୟ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ । ଏହାଦ୍ବାରା ୩ ରୁ ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଅଧିକ ଲାଭବାନ ହେବେ । ଏହି ନୂତନ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ହୋଇଛି । ଭାରତକୁ ଜ୍ଞାନର ଅର୍ଥନୀତି ଭାବେ ପରିଗଣିତ କରିବା ସହ ବୈଶ୍ବିକ ନାଗରିକଙ୍କୁ ସୃଷ୍ଟି କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ।
ନୂଆ ଶିକ୍ଷାନୀତିରେ ଦେଶରେ ବଢୁଥିବା ଜନସଂଖ୍ୟାକୁ ଯଥାଶୀଘ୍ର ଅନ୍ତର୍ଭୁକ୍ତ କରିବା ପାଇଁ ଏହା ଏକ ଆହ୍ବାନ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ଢ଼ାଞ୍ଚାଗତ ନୀତି, କ୍ରିୟାନ୍ବୟନ ରଣନୀତି ଓ ମାନବ ସମାଜରେ ଏହାର ଭୂମିକା ବୈଶ୍ବିକ ନୀତି ପ୍ରଣୟନକାରୀଙ୍କ ପାଇଁ ଉଦାହରଣ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Comments are closed.