Latest Odisha News

BREAKING NEWS

ପ୍ରଥମ ଥର ପାଇଁ ଏସିଆ କପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ନେପାଳ

କାଠମାଣ୍ଡୁ: ଏସିଆ କପ ୨୦୨୩ ପାଇଁ ପ୍ରଥମ ଥର ନିମନ୍ତେ ନେପାଳ କ୍ରିକେଟ ଟିମ ଯୋଗ୍ୟତା ଅର୍ଜନ କରିଛି । ମଙ୍ଗଳବାର କାଠମାଣ୍ଡୁ ତିଭୂବନ ୟୁନିଭରସିଟି ଇଂଟରନ୍ୟାଶନାଲ କ୍ରିକେଟ ଗ୍ରାଉଣ୍ଡରେ ନେପାଳ ୭ ୱିକେଟରେ ୟୁଏଇକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଗୁଲଶନ ଝା ୮୪ ବଲରେ ୬୭ ରନର ଅପରାଜିତ ଇନିଂସ ଖେଳି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏସିଆ କପ ୨୦୨୩ ପାଇଁ ପୂର୍ବରୁ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ପୂର୍ବରୁ ଯୋଗ୍ୟତା ଅର୍ଜନ କରି ସାରିଥିଲେ । ନେପାଳ ଏବେ ଷଷ୍ଠ ଟିମ ଭାବେ ଏଥିରେ ସାମିଲ ହୋଇଛି । ପାକିସ୍ତାନ ହାତରେ ଏସିଆ କପ ଆୟୋଜନ ଅଧିକାର ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ ହୋଇନି ।

ୟୁଏଇ ପ୍ରଥମେ ବ୍ୟାଟିଂ କରି ୩୩.୧ ଓଭରରେ ୧୧୭ ରନ କରିଥିଲା । ନେପାଳ ୩୦.୩ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସୂଚନାଯୋଗ୍ୟ, ଏସିଆ କପର ଗତ ସଂସ୍କରଣରେ ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା । ଏସିଆ କପର ୩୯ ବର୍ଷ ଇତିହାସରେ ଭାରତ ସବୁଠାରୁ ସଫଳ ଟିମ ଭାବେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛି ।

Comments are closed.