Latest Odisha News

ଶୋଭରାଜଙ୍କୁ ଜେଲରୁ ମୁକ୍ତ କରିବାକୁ ଚାହୁଁ ନାହାନ୍ତି ଜେଲ କର୍ତୃପକ୍ଷ

କାଠମାଣ୍ଡୁ: କୁଖ୍ୟାତ ବିକିନୀ କିଲର ଚାର୍ଲସ ଶୋଭରାଜଙ୍କ ଜେଲରୁ ମୁକୁଳିବା ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଲ କର୍ତୃପକ୍ଷ ଏହାକୁ ମନା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟଙ୍କ ଆସେଶ ଅସ୍ପଷ୍ଟ ରହିଛି । ତାଙ୍କୁ କେଉଁ ମୋକଦ୍ଦମାରୁ ମୁକ୍ତ କରାଯାଇଛି ତାହା ସ୍ପଷ୍ଟ କରାଯାଇ ନ ଥିବା ବେଳେ ଓକିଲଙ୍କୁ ମଧ୍ୟ ସାକ୍ଷାତ କରିବାକୁ ଦିଆଯାଇନି । ନେପାଳରେ ଶୋଭରାଜଙ୍କ ନାମରେ ଅନେକ ମାମଲା ରୁଜୁ ହୋଇଛି । ଏବେ ସେ ଦୁଇ ବିଦେଶୀ ଯୁବତୀଙ୍କ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିଲେ ।

ଏହା ବ୍ୟତୀତ ଜେଲ ଭିତରେ ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସବୁ କିଛି ସ୍ପଷ୍ଟ ନ ହେଲେ ତାଙ୍କୁ ଛାଡିବା ଠିକ ହେବ ନାହିଁ ବୋଲି ଜେଲ କର୍ତୃପକ୍ଷ କହିଛନ୍ତି । ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଶୋଭରାଜ ଅଧିକ ସମୟ ଦଣ୍ଡ ଭୋଗି ସାରିଥିବା ନେଇ ଏକ ଆବେଦନ କରିଥିଲେ । ଯାହାର ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.