Latest Odisha News

ନେପାଳରେ ରାଜତନ୍ତ୍ର ନେଇ ଦାବୀ ଜୋର ଧରିଲା

କାଠମାଣ୍ଡୁ: ନେପାଳରେ ରାଜତନ୍ତ୍ର ପୁନର୍ବାର ଲାଗୁ କରିବା ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କାଠମାଣ୍ଡୁର ଅନେକ ସ୍ଥାନରେ ଏ ନେଇ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ରାଜ ପରିବାରର ୨୨ ବର୍ଷ ତଳେ ଘଟିଥିବା ନରସଂହାର ସେ ସମୟରେ ସମଗ୍ର ନେପାଳକୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ୨୦୦୧ରେ ଯୁବରାଜ ଦୀପେନ୍ଦ୍ର ବୀର ବିକ୍ରମ ସାହା ଏକ ପାରିବାରିକ କାର୍ଯ୍ୟକ୍ରମରେ ସାରା ପରିବାରକୁ ଗୁଳି କରିବା ପରେ ନିଜକୁ ମଧ୍ୟ ମାରିଥିଲେ । ଏଥିରେ ତାଙ୍କ ବାପା ରାଜା ବୀରେନ୍ଦ୍ର ଓ ମାଆ ଐଶ୍ଚର୍ଯ୍ୟ ମଧ୍ୟ ମୃତ୍ୟୁବରଣ କରିଥିଲେ । କଣ ପାଇଁ ଏହି ନରସଂହାର ସେ ରଚିଲେ ତାହା ଆଜି ବି ସ୍ପଷ୍ଟ ହୋଇ ପାରିନି । ବୀରେନ୍ଦ୍ରଙ୍କ ମୃତ୍ୟୁ ପରେ ଦୀପେନ୍ଦ୍ରଙ୍କୁ ରାଜା ଘୋଷିତ କରା ଯାଇଥିଲା । ତାଙ୍କ ଦେହରେ ଗୁଳି ବାଜିଥିବାରୁ ସେ କିଛି ଦିନ ପରେ କୋମାକୁ ପଳାଇ ଯାଇଥିଲେ ।

୩ ବର୍ଷ ପରେ ବ୍ରେନ ଡେଡ ଘୋଷିତ ହେବା ପରେ ତାଙ୍କ କକା ଜ୍ଞାନେନ୍ଦ୍ର ରାଜା ହୋଇଥିଲେ । ଏହା ପରେ ପରେ ନେପାଳରୁ ରାଜତନ୍ତ୍ର ଏକ ପ୍ରକାର ଲୋପ ପାଇଥିଲା । ସେ ସମୟରେ ନେପାଳୀ ମାଓବାଦୀ ପାର୍ଟି ଅଧ୍ୟକ୍ଷ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ଷଡଯନ୍ତ୍ର ନେଇ ଭାରତ ଆଡେ ଆଙ୍ଗୁଳି ଦେଖାଇଥିଲେ । ଏବେ ପୁନର୍ବାର କଣ ପାଇଁ ନେପାଳରେ ରାଜତନ୍ତ୍ର ଲାଗୁ ନେଇ ଆନ୍ଦୋଳନ ହେଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏହି ଷଡଯନ୍ତ୍ର ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଉଛି । ଭାରତ ଏହି ଘଟଣା ଉପରେ କଡା ନଜର ରଖିଛି ।

Leave A Reply

Your email address will not be published.