Latest Odisha News

BREAKING NEWS

ଡଙ୍ଗା ଆଣିବା ହେଲା କାଳ, ପୋଖରୀରେ ବୁଡି ନାବାଳିକା ମୃତ

ଭଦ୍ରକ: ପୋଖରୀରୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଗଲେ ନାବାଳିକା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଧୀନ ପଣୁଆ ଗାଁରେ । ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ୧୩ ବର୍ଷର ଝିଅ ଝାନ୍ସୀ ରାଣୀ ମହାଳିକ ।

ଖବର ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଭସା ଯାଇଥିବା ଡଙ୍ଗାକୁ ପାଣିରୁ କାଢିବାକୁ ପୋଖରୀ ଭିତରେ ପଶିଥିଲା ନାବାଳିକ ଜଣକ । ହେଲେ ଡଙ୍ଗା କାଢିବାକୁ ଯାଇ ସେ ପୋଖରୀରେ ବୁଡିଯାଇଥିଲା । ଏହାଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ଝିଅ ଟିକୁ ପାଣିରୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠି ଝିଅଟିକୁ ମୃତ ଘୋଷଣା କରିଥିଲେ ।

ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଆଜିର ଦିନରେ ନାବାଳିକାର ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.