Latest Odisha News

BREAKING NEWS

ନେପାଳ ରାଷ୍ଟ୍ରଦୂତଙ୍କ ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ । ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ବରେ ଥିବା ରାମ ପ୍ରସାଦ ସୁବେଦୀ ଆଜି ଶିକ୍ଷା ଓ ଅନୁସନ୍ଧାନ ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାନ ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କୁ ସାକ୍ଷାତ କରିଥିଲେ ।

ସାକ୍ଷାତ ଆଲୋଚନା ସମୟରେ ସୋଆର ପାଠ୍ୟକ୍ରମ, ଉଚ୍ଚ ରାଙ୍କିଙ୍ଗ ଏବଂ ଆଉଟରିଚ୍ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ନେପାଳ ରାଷ୍ଟ୍ରଦୂତ । ଏହାସହ କୋଭିଡ ମହାମାରୀ ଯୋଗୁ ଲକଡାଉନ ସମୟରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ନେପାଳ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭାବେ ଯତ୍ନ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ । ସେହି ସମୟରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ନେଇ ନିା୍ଚିତ ଥିଲେ ବୋଲି ସେ କହିଛନ୍ତି । ନେପାଳ ଦୂତାବାସ ନେପାଳି ବହିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ସମସ୍ତ ସହଯୋଗ କରିବ ଏବଂ ନେପାଳୀ କନକ୍ଲେଭରେ ସୋଆର ଯୋଗଦାନକୁ ଉତ୍ସାହିତ କରିବ ।

ଆଲୋଚନା ସମୟରେ ନେପାଳ ରାଷ୍ଟ୍ରଦୂତ ରାମ ପ୍ରସାଦ ସୁବେଦୀଙ୍କ ସହିତ ଦୂତାବାସର ଫାଷ୍ଟ ସେକ୍ରେଟାରୀ ଓମ୍ କୁମାର ଭଣ୍ଡାରୀ, କାଉନସେଲର ଗାୟତ୍ରୀ ରମଣ ଖାନାଲ ଏବଂ ସୋଆର ବିଶ୍ବବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

Comments are closed.