Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ସେ ୨୮ ବର୍ଷ ପରେ କକାକୁ ମାରି ପିତୃ ହତ୍ୟାର ପ୍ରତିଶୋଧ ନେଲା

ବାରାଣାସୀ: ପ୍ରତିଶୋଧ ତାହା ପୁଣି ପିତୃ ହତ୍ୟାର, ଦୀର୍ଘ ୨୮ ବର୍ଷ ଅପେକ୍ଷା କରିବା ପରେ କକାକୁ ମାରି କଲିଜା ଥଣ୍ଡା କଲା ପୁଅ । ବାରାଣାସୀର କେଂଟ ଅଂଚଳରେ ଏ ଭଳି ଏକ ଘଟଣା ଘଟିଛି । ୧୯୯୨ରେ କକା ଶାହିଦ ଇକବାଲ ମୋର ବାପାଙ୍କୁ ହତ୍ୟା କରିଥିଲା । ସେବେଠାରୁ ପ୍ରତିଶୋଧ ନିଆଁରେ ମୁଁ ଜଳୁଥିଲି ବୋଲି ହତ୍ୟାକାରୀ ଜୁଗୁନୁ କହିଛନ୍ତି । ୨୧ ନଭେମ୍ବରରେ ଛୋଟା ଲାଲପୁର ଅଂଚଳରେ ଦିନ ଦ୍ୱିପ୍ରହରରେ ୪୫ ବର୍ଷୀୟ ଶାହିଦ ଇକବାଲଙ୍କ ହତ୍ୟା ହୋଇଥିଲା ।

ସେବେଠାରୁ ପୋଲିସ ଜାଲ ବିଛାଇ ଅପରାଧୀକୁ ଧରିବା ପାଇଁ ଯୋଜନା କରୁଥିଲା । ଜୁଗୁନୁ ହତ୍ୟା କରିବା ପରେ ନେପାଳ ପଳାଇ ଯାଇଥିଲା । ସେଠାରେ ଅର୍ଥ ସରିଯିବାରୁ ପୁଣି ବାରାଣାସୀ ଫେରିଲା । ସେଠାରେ ଛକି ରହିଥିବା ପୋଲିସ ତାଙ୍କୁ ଧରି ନେଇଥିଲା । ରହସ୍ୟ ଉଜାଗର ହେବା ପରେ ସ୍ଥାନୀୟ ଅଂଚଳରେ ଏହା ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.