Latest Odisha News

BREAKING NEWS

ଗାଁରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ,ପାହାଡ ଉପରେ ଟିକା ନେଲେ ଲୋକମାନେ

କେନ୍ଦୁଝର : ନେଟୱାର୍କ ନଆସିବାରୁ ପାହାଡ ଉପରେ ଟିକା ନେଲେ ଲୋକମାନେ । କେନ୍ଦୁଝର ଯୋଡା ବ୍ଲକ କାଲିମାଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପିଢ ପୋଖରୀ ଗାଁ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଇଣ୍ଟରନେଟ ଅଭାବରୁ ଗ୍ରାମବାସୀ ପାହଡ ଉପରେ ଟିକା ନେବାକୁ ବାଧ୍ୟ ହୋଇଛନ୍ତି।

ଚାରିଆଡେ ଡିଜିଟାଲ ଇଣ୍ଡିଆ ହୁରି ପଡୁଥିବା ବେଳେ ବାସ୍ତବିକ୍ ହେଉଛି ଭିନ୍ନ। ଟେଲିକମ୍ ଓ ଇଣ୍ଟରନେଟ ସେବା ଅଭାବରୁ ଅନଲାଇନ ପାଠପଢ଼ାଠୁ ଆରମ୍ଭ କରି ଟିକାକରଣ ,ବ୍ୟାଙ୍କ ସେବାରୁ ବହୁ ଲୋକ ବଞ୍ଚିତ ହେଉଛନ୍ତି । ଏଥିପ୍ରତି ସରକାରଙ୍କ ନିଘା ନଥିବା ଅଭିଯୋଗ ଆଣିଛନ୍ତି ଲୋକମାନେ। ଲୋକମାନେ ପିଢ ପୋଖରୀ ଗାଁ ରେ ଟିକା କରଣ ପାଇଁ ବ୍ୟବସ୍ଥା କରିଥିଲେ । ହେଲେ ଇଣ୍ଟରନେଟ ଖୋଜି ଖୋଜି ଶେଷରେ ଡେବରା ଡିହି ପାହାଡ ଉପରେ ଟିକା କରଣ କରାଯାଇଥିଲା।

ଏହି ଟିକା କରଣରେ ଯୋଡା ବ୍ଳକର ପିଢ ପୋଖରି , ବାଂଶପାଳ ବ୍ଲକର ଉପର କାଦକଳା , ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକ ମିଶିସା , ସିମିରଦା , କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ନେଇଥିଲେ । ପାହାଡ଼ର ୧ କିଲୋମିଟର ଦୂରରେ ଏକ କମ୍ୟୁନିଟି ଘରକୁ ଅସ୍ଥାୟୀ ରହଣି ସ୍ଥଳ ପାଇଁ ବ୍ୟବହାର କରାଯାଇଥିଲା । ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପଟେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଲ କେ ସିଂ ଙ୍କ କହିବା ଅନୁଯାୟୀ ଲୋକଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଏପରି କରାଯାଇଥିଲା ।

Leave A Reply

Your email address will not be published.