ମୟୂରଭଞ୍ଜ: ଦିନକୁ ଦିନ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ବଦଳି ଦାବି ଘନାଇବାରେ ଲାଗିଛି । ସୋମବାର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଆଜି ଛୁଟିଦିନ ଥିବା ସତ୍ତ୍ୱେ୍ୱ ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହା ସହିତ ଧାରଣାସ୍ଥଳରେ ନେତାଜୀ ଜୟନ୍ତୀ ମଧ୍ୟ ପାଳନ କରିଛନ୍ତି । ସ୍ୱାଧୀନତା ନିମନ୍ତେ ନେତାଜୀ ସୁବାଷ ଚନ୍ଦ୍ର ଭୋଷଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଯେଉଁଭଳି ଭାବେ ନେତାଜୀ ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି ନାରା ଦେଇଥିଲେ ସେହିପରି ଦୁର୍ନୀତିରେ ଉବୁଟୁବୁ ହେଉଥିବା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁ ବଦଳି କରିଲେ ଉପଖଣ୍ଡର ଉନ୍ନତି ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ପ୍ରତି ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସାମ୍ବାଦିକମାନେ ପ୍ରକାଶ କରିଛନ୍ତି । ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ, ବିଭିନ୍ନ ଦୁର୍ନୀତି ପଛରେ ଉପଜିଲ୍ଲାପାଳଙ୍କ ହାତ ଥିବାରୁ ତାଙ୍କୁ ବଦଳି କରିବା ଦାବି ଜୋର ଧରିଛି ।
BREAKING NEWS
- ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
- Gang Rape: ଲିଫ୍ଟ ଦେବା ଆଳରେ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ
- ପେଟ୍ରୋଲ ରପ୍ତାନି ଉପରେ ରୁଷର କଟକଣା କେତେ ପ୍ରଭାବିତ ହେବ ଭାରତ ?
- ପୁଣି ଉଠିଲା ଏସ୍ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା
- ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
- ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଚତୁର୍ଥ ଦଫା ରଥ କାଠ
- Kalbaisakhi Alert: ଆହୁରି ୫ ଦିନ ଯାଏ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- LPG ସଙ୍କଟ: ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ କିରୋସିନ୍
- ନକଲି ସୁନା ଆମ୍ବ ଦେଖାଇ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା;୩ ବର୍ଷ ପରେ ବନ୍ଧାହେଲେ…
Comments are closed.