Latest Odisha News

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪ ତାରିଖରେ ମ୍ୟାଚ ଖେଳିବ ।

ତିନି ଥରର ଚାମ୍ପିଅନ ହୋଇଥିଲା ନେଦରଲାଣ୍ଡସ୍ । ଏବର୍ଷ ବି ଟ୍ରଫି ଜିତିବାକୁ ଦଳ ଆଶାପୋଷଣ କରିଛି । ହକି ବିଶ୍ୱ କପ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave A Reply

Your email address will not be published.