Latest Odisha News

ମହିଳା ହକିରେ ନେଦରଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ, ସୁମିତ ରଚିଲେ କୀର୍ତିମାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେଦରଲାଣ୍ଡ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଅଧନାୟିକା ରାନୀ ରାମପଲ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ନେଦରଲାଣ୍ଡ ପକ୍ଷରୁ ଫେଲିସ ଆଲବର୍ସ ସର୍ବାଧିକ ୨ଟି ଗୋଲ ଦେଇଥିଲେ ।ଟେନିସ: ପୁରୁଷ ସିଙ୍ଗଲ୍ସ ଟେନିସରେ ୨୫ ବର୍ଷୀୟ ସୁମିତ ନାଗଲ ଭାରତର ତୃତୀୟ ଖେଳାଳି ଭାବେ ଅଲିମ୍ପିକ୍ସରେ ବିଜୟ ହାସଲ କରିଛନ୍ତି । ସେ ଡେନିସ ଇସ୍ତୋମିନଙ୍କୁ ୬-୪, ୬-୭ ଓ ୬-୪ରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ବିଶ୍ୱର ୨ ନମ୍ବର ଖେଳାଳି ଡାନିଲ ମେଦୱେଦେବଙ୍କୁ ଭେଟିବେ । ପୂର୍ବରୁ ୧୯୮୮ରେ ଜୀଶନ ଅଲି ସିଓଲ ଅଲିମ୍ପିକ୍ସରେ ଏବଂ ୧୯୯୬ରେ ଲିଆଣ୍ଡର ପେସ୍ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କରିଥିଲେ । ପେସ୍ ବ୍ରୋଞ୍ଜ ପଦକ ଜିତିଥିଲେ ।

ବକ୍ସିଂରେ ବିକଶ ବିଦା: ୩ଥର ଅଲିମ୍ପିକ୍ ଖେଳିଥିବା ଭାରତର ଷ୍ଟାର ବକ୍ସର ବିକାଶ କ୍ରିଷ୍ଣା ୬୯ କିଗ୍ରା ବିଭାଗରେ ଜାପାନର ସେବୋନରେଟସ କ୍ୱିନ୍ସିଙ୍କ ନିକଟରୁ ୦-୫ରେ ପରାଜିତ ହୋଇଛନ୍ତି । ମୁକାବିଲା ପରେ ବିକାଶଙ୍କ ଆଖି ତଳୁ ରକ୍ତ ବାହାରିଥିଲା । ଟିମ ରିପୋର୍ଟ ଅନୁସାରେ ବିକାଶ ମ୍ୟାଚ ପୂର୍ବରୁ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ ।

Leave A Reply

Your email address will not be published.