Latest Odisha News

BREAKING NEWS

ଲାଂଚ ନେଇ ନେଇ ପୋଲିସ ଅଧିକାରୀ ସୁନାର ପାଇଖାନା କରି ଦେଇଥିଲେ !

ମସ୍କୋ: ରୁଷିଆର ଜଣେ ପୋଲିସ ଅଧିକାରୀ ଲାଂଚ ନେଇ ନେଇ ଘରେ ସୁନାର ପାଇଖାନା ତିଆରି କରି ଦେଇଥିଲେ । ବିଶ୍ୱାସ ନ ହେଲେ ବି ଘଟଣାଟି ସତ୍ୟ । ଏହି ପୋଲିସ ଅଧିକାରୀଙ୍କ ନାମ ହେଲା ଆଲେକ୍ସି ସାଫୋନୋଭ । ୩୫ ଅନ୍ୟ ଅଧିକାରୀଙ୍କ ସହ ମିଶି ସେ ଏକ ଗ୍ରୁପ ଗଠନ କରିଥିଲେ । ଏମାନେ ଜୋର ଜବରଦସ୍ତ ଲାଂଚ ନେଉଥିବା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା ।

ତଦନ୍ତ ପରେ ସାଫୋନୋଭ ଭବ୍ୟ ମହଲ ଦେଖି ସମସ୍ତ ଚକିତ ହୋଇ ପଡିଥିଲେ । କିଚେନ ରୁମଠାରୁ ଆରମ୍ଭ କରି ଟଏଲେଟ ପର୍ଯ୍ୟନ୍ତ ସୁନାର ଛାଉଣୀ ଥିଲା । ଏବେ ଏହି ଅଧିକାରୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ତାଙ୍କ ଘରୁ ତଦନ୍ତ ବେଳେ ୨କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମିଳିଥିଲା ।

Leave A Reply

Your email address will not be published.