Latest Odisha News

BREAKING NEWS

ହକି ବିଶ୍ୱକପ: ନେଦରଲାଣ୍ଡସର କ୍ରମାଗତ ଦ୍ୱିତୀୟ ବିଜୟ, ଚିଲିକୁ ହରାଇଲା ମାଲେସିଆ

ରାଉରକେଲା: ହକି ବିଶ୍ୱକପର ସୋମବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ୨ଟି ମ୍ୟାଚରେ ନେଦରଲାଣ୍ଡସ ଓ ମାଲେସିଆ ସେମାନଙ୍କ ମୁକାବିଲାକୁ ଜିତି ନେଇଛନ୍ତି । ପ୍ରଥମ ମ୍ୟାଚରେ ଚିଲି ଓ ମାଲେସିଆ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ କରିଥିଲା । ଏହି ମ୍ୟାଚର ଆରମ୍ଭରେ ଅମୋରୋସୋ ଜୁଆନ ୧୯ତମ ମିିନିନଟରେ ଚିଲି ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ୨୫ତମ ମିନିଟରେ ରହିମ ରୋଜିଙ୍କ ଗୋଲ ବଳରେ ମ୍ୟାଚ ୧-୧ ସମାନ ସ୍ଥିତିକୁ ଆସି ଯାଇଥିଲା । ୨୮ତମ ମିନିଟରେ ରଡ୍ରିଗେଜ ମାର୍ଟିନ ଚିଲି ପକ୍ଷରୁ ଓ ୪୦ତମ ମିନିଟରେ ହମସାନି ଅଶରନଙ୍କ ମାଲେସିଆ ତରଫରୁ ଗୋଲ କରି ମ୍ୟାଚକୁ ୨-୨ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ସୋମାନତ୍ରୀ ନୋରସିଆଫିକ ଏହା ପରେ ଆଉ ଏକ ଗୋଲ କରି ମାଲେସିଆକୁ ବିଜୟୀ କରାଇଥିଲେ ।

ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡସ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଥିସହ ଦଳ ନେଦରଲାଣ୍ଡସ ପରବର୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା ଏକପ୍ରକାର ନିଶ୍ଚିତ ହୋଇଛି । ଏହି ମ୍ୟାଚରେ ନେଦରଲାଣ୍ଡ ବିପକ୍ଷ ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ପ୍ରକାରର ସୁଯୋଗ ଦେଇ ନ ଥିଲା ।

Leave A Reply

Your email address will not be published.