Latest Odisha News

BREAKING NEWS

ଦାବି ମାନିଲେ ସରକାର; ସ୍ଥଗିତ ହେଲା ବସ ଧର୍ମଘଟ

 

BjdElectrycity

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ଘରୋଇ ବସ ମାଲିକ ସଂଘ ଏହି ସୂଚନା ଦେଇଛି । ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ଘରୋଇ ବସମାଲିକ ସଂଘ ।

ଏହି ଦାବି ନେଇ ସରକାରଙ୍କ ସହ ଆଲୋଚନା ପରେ ୩ଟି ଦାବି ପୂରଣ ହୋଇଛି । ବାକି ଦାବିଗୁଡିକ ପୂରଣ ପାଇଁ ସରକାର ସମୟ ମାଗିଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଅନ୍ୟ ଦାବିଗୁଡ଼ିକ ପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ମାଲିକ ସଂଘ ।

ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଦିନରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଥିବା ମଧ୍ୟ ଜଣାଯାଇଛି । ବାକି ଦାବି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି  । ଯଦି ଦାବି ପୂରଣ ନ ହେବ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସଂଘ ଚିନ୍ତା କରିବ ବୋଲି କହିଛନ୍ତି ।

Leave A Reply

Your email address will not be published.