ଭୁବନେଶ୍ବର: ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ଉଚିତ୍ । କୁହାଯାଏ ଦାନଠାରୁ ବଳି ପୂଣ୍ୟ ନାହିଁ। କିନ୍ତୁ ମନେରଖନ୍ତୁ ଏପରି କିଛି ବସ୍ତୁ ରହିଛି ଯାହା ଦାନ କଲେ ଅଶୁଭ ବୋଲି କୁହାଯାଏ । ଆସନ୍ତୁ ସେହି ବିଷୟରେ..
– ମାତା ଲକ୍ଷ୍ମୀଙ୍କ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ । ବହୁତ ଲୋକ ମା ଲକ୍ଷ୍ମୀଙ୍କ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି। ଏପରି କଲେ ଘରେ ଦରିଦ୍ରତା ଆସିଥାଏ।
-ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ। ତେଣୁ ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି ବୋଲି ବିଶ୍ବାସ ରହିଛି ।
-ବାସୀ ଖାଦ୍ୟ କାହାକୁ ଦାନରେ ଦିଅନ୍ତୁ ନାହିଁ । ଏହାଦ୍ୱାରା ମା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା କୋପ କରିଥାନ୍ତି ।
-ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି। ତେଣୁ ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ ।
– ଏବେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ। ନହେଲେ ଧନହାନୀ ହେବ ବୋଲି ବିଶ୍ବାସ କରାଯାଏ ।
Comments are closed.