Latest Odisha News

BREAKING NEWS

ରାଜ୍ୟରେ କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୧୫୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୫୯୪ ଜଣ ସଂକ୍ରମିତ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି।

ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି ।

ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୮ ଜିଲ୍ଲାରୁ ଏହି ୧୫୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଯାବତ ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି । ସେଥିମଧ୍ୟରେ ୮୧୪୮ ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୪୩୯୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments are closed.