Latest Odisha News

ଭାରତର ରୌପ୍ୟ ପଦକ ସ୍ୱର୍ଣ୍ଣରେ ବଦଳିଲା

ନୂଆଦିଲ୍ଲୀ: ୨୦୧୮ ଏସିଆନ୍ ଗେମ୍ସ ୪ଗୁଣନ୪୦୦ ମିକ୍ସଡ ରିଲେ ଦଳ ବିଜେତା ବାହାରିନ୍ ଦଳର ଜଣେ ସଦସ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ଫଳରେ ତାଙ୍କ ଟିମକୁ ଅଯୋଗ୍ୟ ଘୋଷିତ କରାଯିବ ସହ ରୌପ୍ୟ ପଦକ ବିଜେତା ଭାରତୀୟ ଟିମ୍ ଏବେ ସ୍ୱର୍ଣ୍ଣର ହକଦାର ହୋଇଛନ୍ତି । କେମି ଆଡେକାୟା ଆଥଲେଟିକ୍ସ ଇଂଟିଗ୍ରିଟି ୟୁନିଟ ଦ୍ୱାରା ଧରା ପଡିଥିଲେ । ସେ ମହିଳା ୪୦୦ ମିଟର ହର୍ଡଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବେ ସେ ଅଯୋଗ୍ୟ ଘୋଷିତ ହେବା ପରେ ଏହି ବିଭାଗରେ ୪ର୍ଥ ସ୍ଥାନରେ ଥିବା ଭାରତର ଅନୁ ରାଘବନ ବ୍ରୋଞ୍ଜ ପଦକକୁ ଉନ୍ନୀତ ହୋଇଛନ୍ତି ।

ଭାରତର ରିଲେ ଟିମ୍ ମହମ୍ମଦ ଅନାସ, ଏମଆର ପୁଭାମା, ହିମା ଦାସ ଓଆରୋକିଆ ରାଜୀବ ୩:୧୫:୭୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ଭାରତର ସ୍ୱର୍ଣ୍ଣ ସଂଖ୍ୟା ୮କୁ ବଢ଼ିଥିବା ବେଳେ ପୋଜିଶନରେ ୨୦କୁ ଉନ୍ନୀତ ହୋଇଛି ।

Leave A Reply

Your email address will not be published.