Latest Odisha News

୧୮ ଚକିଆ ଗାଡ଼ି, ଯାହା ପାହାଡ଼ିଆ ରାସ୍ତାରେ ଆରାମରେ ଯାଇପାରୁଛି

ଫିନ୍‌ଲାଣ୍ଡ: ଲୋକଙ୍କର ବିଭିନ୍ନ ପ୍ରକାରର ଗାଡ଼ି ସଉକ ଥାଏ । ତାକୁ ନଜରରେ ରଖି ବିଭିନ୍ନ କମ୍ପାନୀମାନେ ମଧ୍ୟ ଗାଡ଼ି ପ୍ରସ୍ତୁତ କରିଥାନ୍ତି । ନିକଟରେ ଫିନ୍‌ଲାଣ୍ଡର ଏକ କମ୍ପାନୀ ଏମିତି ଏକ ଗାଡ଼ି ତିଆରି କରିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗାଡ଼ିରେ ଏମିତି କିଛି ବ୍ୟବସ୍ଥା କରାଯାଇଛି, ଯାହା ପାହାଡ଼ିଆ ରାସ୍ତା ପାଇଁ ଅଧିକ ଉପଯୋଗୀ । ସମତଳ ରାସ୍ତାରେ ମଧ୍ୟ ଯାଇପାରିବ ।

ଫିନ୍‌ଲାଣ୍ଡର ଏକ କମ୍ପାନୀ ଏହି ଗାଡ଼ିକୁ ତିଆରି କରିଛନ୍ତି । ଏହି ଗାଡିରେ ୧୮ଟି ଚକ ରହିଛି । ଏହି ଚକଗୁଡ଼ିକ ଛୋଟ ଛୋଟ ଓ ପ୍ରତି ଚକର ନିଜସ୍ୱ ସସ୍‌ପେନ୍‌ସନ୍ ସିଷ୍ଟମ୍ ଅଛି । ଗାଡିଟି ଅଧିକ ବଡ଼ ମଧ୍ୟ ନୁହେଁ । ଯଦ୍ୱାରାକି ଭୂମି ଉପରଭାଗ ଚକରେ ଦାବି ହୋଇ ଖରାପ ହେବା ଆଶଙ୍କା ନ ଥାଏ । ଏହାର ଉନ୍ନତ ସସ୍‌ପେନ୍‌ସନ୍ ସିଷ୍ଟମ ପାଇଁ ଗାଡିଟି ସବୁ ପ୍ରକାରର ରାସ୍ତାରେ ଚାଲିପାରେ । ପାହାଡିଆ, ସମତଳ, କାଦୁଆ ସହ ବାଲି ଥିବା ରାସ୍ତା ସବୁଠି ଏହା ଆରାମରେ ଯାଇପାରେ । ଏମିତିକି ୧୪ ଇଞ୍ଚ ଉଚ୍ଚତାର ପଥର ଉପରେ ଏହି ଗାଡିଟି ଚଢିକି ଯାଇପାରିବ । ତାହାସହିତ ଶିଡି ମଧ୍ୟ ଚଢିପାରେ । ଏହାକୁ ଚଳାଇବା ବି ବେଶ୍ ସହଜ । କାରଣ ଏହାର ଆକାର ଅନ୍ୟ ଅଲ୍ ଟେରାନ ଭେହିକାଲ ବା ଏଟିଭିଠାରୁ ଛୋଟ ।

Comments are closed.