Latest Odisha News

BREAKING NEWS

ଭୁବନେଶ୍ୱରରେ କମୁଛି କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା । ଧୀରେ ଧରରେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି । ଗତ କିଛି ଦିନ ହେବ ରାଜଧାନୀରେ ଶହେ ତଳକୁ କରୋନା ରୋଗୀ ବାହାରୁଛନ୍ତି । ଗତ ୨୪ ଘାଂଟାରେ ୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୧ ଓ ସ୍ଥାନୀୟ ଅଂଚଳରୁ ୪୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୦,୧୨୭ରେ ପହଂଚିଛି । ସେଥି ମଧ୍ୟରୁ ୨୯୨୨୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ୬୯୦ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.