Latest Odisha News

BREAKING NEWS

ସୁଇସାଇଡ୍ ସ୍କ୍ୱାର୍ଡରେ ଆସୁଛନ୍ତି ସିଲ୍‌ଭଷ୍ଟର୍ !

ଭୁବନେଶ୍ୱର: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ହଲିଉଡ ହେଭିୱେଟ୍ ସିଲ୍‌ଭଷ୍ଟର୍ ଷ୍ଟେଲୋନ୍‌ଙ୍କ ନୂଆ ମୁଭି “ଦ ସୁଇସାଇଡ୍ ସ୍କ୍ୱାର୍ଡ” । ଏ ନେଇ ଖୋଦ ଫିଲ୍ମର ନିର୍ଦ୍ଦେଶକ ଜେମ୍ସ ଗନ୍ ସୋସିଆଲ୍ ମିଡିଆରେ କନଫର୍ମ କରିଛନ୍ତି । ୨୦୧୬ରେ ଫିଲ୍ମର ପ୍ରିକ୍ୱେଲ ପାର୍ଟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ଆଉ ଏବେ ସୁଇସାଇଡ ସ୍କ୍ୱାର୍ଡର ସିକ୍ୱେଲ୍ ପାର୍ଟରେ ସିଲ୍‌ଭଷ୍ଟର ଯୋଗ ଦେଇଛନ୍ତି ।

BjdElectrycity

 

View this post on Instagram

 

A post shared by James Gunn (@jamesgunn)

ଫିଲ୍ମରେ ଇଦ୍ରିସ୍ ଆଲବା, ଜନ୍ ସିନା, ନାଥନ୍ ଫିଲନ୍ ଓ ପିଟ୍ ଡେଭିଡସନ୍‌ଙ୍କ ଭଳି କିଛି ପୁରୁଖା କଳାକାର ନୂଆ ଏଣ୍ଟ୍ରୀ ନେବେ । ତେବେ ଫିଲ୍ମର ପ୍ରଥମ ପାର୍ଟଟି ହଲିଉଡରେ ଫ୍ଲପ ହୋଇଥିଲେ ହେଁ ଗ୍ଲୋବାଲ ବକ୍ସ ଅଫିସ୍ ହିଟ୍ ସାବ୍ୟସ୍ତ ହୋଇଥିଲା ।

ପ୍ରଥମ ପାର୍ଟର ବିଫଳତାକୁ ଭୁଲିବା ପାଇଁ ନିର୍ଦ୍ଦେଶକ ଜେମ୍ସ ବହୁ ଚେଷ୍ଟା କରି ସିଲଭଷ୍ଟରଙ୍କୁ ସାଇନ୍ କରାଇବାରେ ସମର୍ଥ ହୋଇଛନ୍ତି । ଫିଲ୍ମରେ ଅଭିନୟ କରିବା ନେଇ ଖୋଦ ସିଲଭଷ୍ଟର ବେଶ ଏକ୍ସାଇଟେଡ୍ ଥିବାବେଳେ ସୁଟିଂ ସେଟ୍‌ରୁ ଏକ ଭିଡିଓ ବି ପୋଷ୍ଟ କରିଥିଲେ । ଆସନ୍ତା ବର୍ଷ ଅଗଷ୍ଟ ୬’ରେ ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.