Latest Odisha News

ଏପ୍ରିଲ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ବାହାରିବ ପ୍ରଥମ ରୁ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ

ଭୁବନେଶ୍ଵର: ଏପ୍ରିଲ ୨ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆା ଶିକ୍ଷାବର୍ଷ ଏପ୍ରିଲର ଆାରମ୍ଭ ହୋଇ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ । ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍‌ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଏପ୍ରିଲ ୨ ତାରିଖରୁ ସମସ୍ତ ସ୍କୁଲରେ ଆଡମିଶନ ପ୍ରକ୍ରିୟା ଚାଲିବ । ତେଣୁ ଯେଉଁ ପିତା ମାତା ମାନେ ତାଙ୍କ ପିଲାଙ୍କର ଆଡମିଶନ କରିବାକୁ ଚାହୁଁଛନ୍ତି ସେମାନେ ଏପ୍ରିଲରୁ ତାଙ୍କର ନାମ ଲେଖାଇ ପାରିବେ । ନାମଲେଖା ସମୟରେ ଯେପରି ଅନ୍ୟ ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ନ ହୁଏ ସେନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସମେଟିଭ୍ ଆସେସ୍‌ମେଣ୍ଟ -୨ ପରିକ୍ଷା ଫଳାଫଳ ମଧ୍ୟ ଏପ୍ରିଲ ୨ରେ ପ୍ରକାଶ କରାଯିବ । ରେଜଲ୍ଟ ପ୍ରକାଶ ଦିନ ଅଭିଭାବକମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଏସ୍ଏ-୨ ଫଳାଫଳକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଆଗାମୀ ଶ୍ରେଣୀରେ ସେମାନଙ୍କର ପାଠପଢାରେ କିଭଳି ଆହୁରୀ ଉନ୍ନତି କରାଯିବ ସେନେଇ ସ୍ଵତନ୍ତ୍ର ପ୍ରସ୍ତୁତ ହେବାକୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.