ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ମାରାତ୍ମକ ଭାଇରସ କରୋନା । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ଛି । ତେବେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆସିଛି ନୂଆ ଆଡଭାଇଜରି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ ନୂଆ ପରିବର୍ତ୍ତନ ଆଣିଛନ୍ତି । କୋଭିଡ୍ ପରୀକ୍ଷାରେ ଲାଗୁ ହୋଇଛି ଅନ-ଡିମାଣ୍ଡ ଟେଷ୍ଟ। ଅର୍ଥାତ୍ ଏଣିକି ନିଜ ଇଚ୍ଛାରେ ଡାକ୍ତରଙ୍କ ପରମର୍ଶ ବିନା ପରୀକ୍ଷା କରାଇପାରିବେ ରୋଗୀ ।
ପୂର୍ବରୁ ଜିଲ୍ଲା ଅଧିକାରୀ ନଚେତ ଡାକ୍ତରଙ୍କ ଅନୁମତି ମିଳିଥିଲେ ହେଁ କୋଭିଡ୍ ଟେଷ୍ଟ କରିବା ନିୟମ ଥିଲା। ସେମାନଙ୍କ ପରାମର୍ଶ ବିନା ଟେଷ୍ଟ କରିବା ନେଇ କାହାକୁ ଅନୁମତି ନ ଥିଲା। ଏଣିକି ଏମିତି ହେବ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଯଦି କେହି ବି କେଉଁଠି ଯାତ୍ରା କରିବାକୁ ଯିବା ପୂର୍ବରୁ ନଚେତ କିଛି ଲକ୍ଷଣ ନ ଥାଇ କୋଭିଡ୍ ପରୀକ୍ଷା କରିବାକୁ ଚାହୁଁଥିବେ ଡାକ୍ତରଙ୍କ ପରାମର୍ଶ ବିନା ଅନ ଡିମାଣ୍ଡ ଟେଷ୍ଟ କରିପାରିବେ।
BREAKING NEWS
- UAE President: ସାଉଦି ଆରବ ସହ ଉତ୍ତେଜନା ମଧ୍ୟରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ
- ଗତବର୍ଷ ତୁଳନାରେ ଏଥର ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ
- ପୋଲିସ ହାତରୁ ଖସିଯିବା ପାଇଁ ଫାଙ୍କା ଗୁଳି ଚାଳନା; ୮ ଅଟକ
- କଳାହାଣ୍ଡିକୁ ୮୯୧.୩୯ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
- ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ
- ଭାରତର AI ପାଇଁ କାହିଁକି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର; ଚିହିଁକିଲେ ଟ୍ରମ୍ପଙ୍କ ପରାମର୍ଶଦାତା
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
Comments are closed.