Latest Odisha News

BREAKING NEWS

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

ଭୁବନେଶ୍ଵର: ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ । ନୀଳଚକ୍ରରେ ନୂଆ ଅକ୍ଷୟ ଦଣ୍ଡ ଲଗାଇଛନ୍ତି ଚୂନରା ସେବାୟତ । ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିଲା । ଶ୍ରୀମନ୍ଦିର ଚୁଡ଼ାରେ ଦେଖିବାକୁ ମିଳିଥିଲା ଏହି ଅଘଟଣ । ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ। କିନ୍ତୁ ଗତକାଲି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯିବା ଦେଖିବାକୁ ମିଳିଥିଲା ।

ଅକ୍ଷୟ ଦଣ୍ଡ ପୁରୁଣା ହୋଇଗଲେ, ଏହାକୁ ବଦଳା ଯାଇଥାଏ । କିନ୍ତୁ ବିଗତ ଦିନ ମାନଙ୍କରେ ଏହା କେବେ ଭାଙ୍ଗିଯିବାର ଖବର ସାମ୍ନାକୁ ଆସିନଥିଲା । ସେପଟେ ଗତକାଲି ଭାଙ୍ଗିଯାଇଥିବା ଅକ୍ଷୟ ଦଣ୍ଡ ଅଶୁଭ ସଙ୍କେତ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.