Latest Odisha News

BREAKING NEWS

୨୦୩୪ ଫିଫା ବିଶ୍ୱକପରେ ମଦ ବ୍ୟାନ

ନୂଆଦିଲ୍ଲୀ:ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ୨୦୩୪ ଫିଫା ବିଶ୍ୱକପରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବ । ବ୍ରିଟେନରେ ସାଉଦି ଆରବର ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ବିନ ବନ୍ଦର ଅଲ ସାଉଦ ଏହି ସୂଚନା ଦେଇଛନ୍ତି । ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ସମୟରେ ପ୍ରଶଂସକମାନେ ଷ୍ଟାଡିୟମରେ ମଦ୍ୟପାନ କରିପାରିବେ ନାହିଁ। ଗତ ଡିସେମ୍ବରରେ ସାଉଦି ଆରବ ୨୦୩୪ ବିଶ୍ୱକପ ଆୟୋଜନ କରିବ ବୋଲି ଫିଫା ଘୋଷଣା କରିଥିଲା ।

୨୦୨୨ କାତାର ବିଶ୍ୱକପ ଠାରୁ ଭିନ୍ନହେବ । କାରଣ କତାରରେ ବିଶ୍ୱକପ ଆୟୋଜନ ବେଳେ ଫ୍ୟାନ୍ସ ଏରିଆ ଏବଂ ପାଞ୍ଚ ତାରକା ହୋଟେଲରେ ଅଧିକ ମୂଲ୍ୟରେ ମଦ ଉପଲବ୍ଧ ହେଉଥିଲା। କିନ୍ତୁ ୨୦୩୪ ବିଶ୍ୱକପରେ ଏପରି ହେବ ନାହିଁ । ପ୍ରିନ୍ସ ଖାଲିଦ ସ୍ପଷ୍ଟ ଭାବେ କହିଛନ୍ତି ଯେ ସାଉଦି ଆରବରେ କୌଣସି ସ୍ଥାନରେ ମଦ ବିକ୍ରି ହେବ ନାହିଁ।

https://x.com/LBC/status/1889630594910261548

ସାଉଦି ଆରବ ଏକ ମୁସଲିମ୍ ଦେଶ ହୋଇିବାରୁ ୧୯୫୨ରୁ ମଦକୁ ବ୍ୟାନ କରାଯାଇଛି । ରାଷ୍ଟ୍ରଦୂତ ପ୍ରିନ୍ସ ଖାଲିଦ ସ୍ପଷ୍ଟ କରିଛନ୍ତି ଯେ, ଦେଶ ନିଜର ଇସଲାମିକ ନିୟମକୁ ଭାଙ୍ଗିବ ନାହିଁ। ଏକ ସାକ୍ଷାତକାରରେ ପ୍ରିନ୍ସ ଖାଲିଦ କହିଛନ୍ତି , ଆମେ ଏବେ ମଦ୍ୟପାନକୁ ଅନୁମତି ଦେଉନାହୁଁ ଏବଂ ବିଶ୍ୱକପ ସମୟରେ ସେହି ନୟମ କାର୍ଯ୍ୟକାରୀ ହେବ। ମଦ୍ୟପାନ ନକରି ମଧ୍ୟ ବହୁତ ମଜା କରାଯାଇପାରେ ।

ସାଉଦି ଆରବ ନିଜର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାକୁ ସମ୍ମାନ ଦେଇ ଦେଶ ବିଶ୍ୱକପ୍ ଆୟୋଜନ କରିବ ବୋଲି ପ୍ରିନ୍ସ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, “ପ୍ରତ୍ୟେକ ଦେଶର ନିଜସ୍ୱ ସଂସ୍କୃତି ଅଛି। ଆମେ ଆମ ସଂସ୍କୃତି ମଧ୍ୟରେ ବିଶ୍ୱକପ୍ ଆୟୋଜନ କରିବୁ । ଅନ୍ୟମାନଙ୍କ ପାଇଁ ଆମର ସଂସ୍କୃତି ବଦଳାଇବୁ ନାହିଁ ।

ଅନ୍ୟପଟେ ସୋସିଆଲ ମିଡିଆରେ ଇଂଲଣ୍ଡର ଅନେକ ଫୁଟବଲ ପ୍ରଶଂସକ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

Comments are closed.