Latest Odisha News

BREAKING NEWS

ଶ୍ରୀଲଙ୍କାରେ କରୋନାର ସବୁଠାରୁ ମାରାତ୍ମକ ଭୂତାଣୁ ଚିହ୍ନଟ

କଲମ୍ବୋ: ବର୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ ହାହାକାର ସୃଷ୍ଟି କରିଛି । ଏହି ଚିନ୍ତାଜନକ ପରିସ୍ଥିତି ବେଳେ ଶ୍ରୀଲଙ୍କାରେ କରୋନାର ଆଉ ଏକ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହା ସବୁଠାରୁ ମାରାତ୍ମକ ବୋଲି ଗବେଷକ ମାନେ କହିଛନ୍ତି । ଖୁବ୍ ଶୀଘ୍ର ବାୟୁ ମାଧ୍ୟମରେ ଏହା ଜଣକ ଶରୀରରୁ ଅନ୍ୟକୁ ବ୍ୟାପୁଛି । ଯଦି ଏହାକୁ ନିୟନ୍ତ୍ରଣକୁ ଅଣା ନ ଯାଏ ତାହା ହେଲେ କରୋନାର ତୃତୀୟ ଲହରୀ ବ୍ୟାପିବ । ଯାହା କି ବହୁତ ଭୟଙ୍କର ହେବ ।

ଅବଶ୍ୟ ବିଭିନ୍ନ ଦେଶ ଭ୍ୟାକ୍ସିନ ପ୍ରସ୍ତୁତ କରି କିଛି ମାତ୍ରାରେ ଏହାକୁ ରୋକି ପାରିଛନ୍ତି । କେତେକ ଔଷଧ କମ୍ପାନୀ ସେମାନଙ୍କ ଟୀକା ଏହି ନୂତନ ଷ୍ଟ୍ରେନକୁ ରୋକିପାରିବ ବୋଲି ଦୃଢ଼ତା ସହକାରେ କହିଛନ୍ତି ।

Comments are closed.