Latest Odisha News

BREAKING NEWS

ବଲିଉଡ଼ରେ କମାଲ କଲେ ଓଡିଆ ପୁଅ

ଭୁବନେଶ୍ୱର: ବଲିଉଡ଼ରେ ବାୟୋପିକ ଟ୍ରେଣ୍ଡ କିଛି ନୂଆ କଥା ନୁହେଁ । କେତେବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତ କେତେବେଳେ ବକ୍ସର ମେରୀକମ୍ ତ ଆଉ କେତେବେଳେ ଧାବକ ମିଲଖା ସିଂଙ୍କ ନାମରେ ତିଆରି ହୋଇଛି ଚଳଚ୍ଚିତ୍ର ।

ଏବେ ସିନେପ୍ରେମୀ ଦେଖିବାକୁ ପାଇବେ ସିଲଭର୍ ସ୍କ୍ରିନରେ ଓଡ଼ିଆ ପୁଅର କାହାଣୀ । କାହାଣୀଟି ଓଡ଼ିଆ ପୁଅ ସାଇରାମ ଉପରେ ଆଧାରିତ । ଜଣେ ସ୍ୱେଚ୍ଛାସେବୀ ଭାବେ କିପରି ସେ ପରିଚିତ ହାସଲ କରିପାରିଛନ୍ତି ତାହାକୁ ଚଳଚ୍ଚିତ୍ରର କାହାଣୀରେ ଅତିନିଖୁଣ ଭାବେ ଦର୍ଶାଯାଇଛି । ନୂଆଦିଲ୍ଲୀରେ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଯାଇଛି ।

ହାତରେ ବାଡ଼ି ଓ ଝାଡୁ ଧରି ସଙ୍ଗୀତ ମହାବିଦ୍ୟାଳୟରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ସିଲଭର ଗାନ୍ଧୀର ଯାତ୍ରା କିପରି ଥିଲା । ନିକଟରେ ହୋଇଥିବା ଏହି ଫିଲ୍ମର ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ମନୋଜ ତିୱାରୀ ଯୋଗ ଦେଇଥିଲେ ।

ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅନ୍ୟ ଜଣେ ଓଡ଼ିଆ ପୁଅ ଅବିନାଶ ନନ୍ଦ । ‘ସିଲଭର ଗାନ୍ଧୀ’ ଚରିତ୍ରରେ ବଲିଉଡ଼ର ଜଣେ ଆଗଧାଡ଼ିର କଳାକାରଙ୍କୁ ଦେଖିବାକୁ ମିଳିବ ।

ଦିଲ୍ଲୀରେ ସିଲ୍ଭର ଗାନ୍ଧୀ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହେବା ପରେ ଚଳଚ୍ଚିତ୍ରକୁ ନେଇ ବଢିଛି ଉକ୍ରଣ୍ଠା । ଅକ୍ଟୋବର ମାସରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ । ହିନ୍ଦୀ ସମେତ ୬ଟି ଭାଷାରେ ଡ଼ବିଂ ପାଇଁ ଯୋଜନା ଚଳାଇଛନ୍ତି ପ୍ରଯୋଜନା ସଂସ୍ଥା ।

ଉଲ୍ଲେଖଯୋଗ୍ୟ, ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସାଇରାମ ପାଇଛନ୍ତି ଏକ ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଥିଲେ ସାଇରାମ । ୨୦୧୬ ଜୁନ୍ରେ ପୁରୀରୁ ଯାତ୍ରା ଆରମ୍ଭ କରି ୨୦୧୮ ଅକ୍ଟୋବରରେ ଦିଲ୍ଲୀରେ ପହଞ୍ôଚଥିଲେ ଏବଂ ସ୍ୱଚ୍ଛତାର ବାର୍ତ୍ତା ଦେଇ ଦେଇ ଦେଶର କୋଣ ଅନୁକୋଣରେ ସାଉଁଟିଥିଲେ ପ୍ରଶଂସା ।

Leave A Reply

Your email address will not be published.