Latest Odisha News

BREAKING NEWS

କରନ୍ତୁ ଏହି ସବୁ କାମ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଅନେକ ରୋଗର ଉତ୍ପତି ମଧୁମେହରୁ ହିଁ ହୋଇଥାଏ । ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇ ଗଲାଣି । ଏହା ଯୋଗୁଁ ହୃଦରୋଗ କିମ୍ବା ହୃଦଘାତ ହେବାର ଅନେକ ସମ୍ଭାବନା ମଧ୍ୟ ବଢି ଯାଉଛି । ତେଣୁ ଯଥା ସମ୍ଭବ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

ନିଶା, ଧୂମ୍ର ଓ ତମାଖୁ ସେବନଠାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ ଓ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

ଅତ୍ୟଧିକ ଚିନ୍ତା ଏହି ରୋଗର ମୂଖ୍ୟ କାରଣ । ତେଣୁ ଯଥା ସମ୍ଭବ ଆପଣଙ୍କ ଚିନ୍ତାର କାରଣ ବିଷୟରେ ଜାଣନ୍ତୁ ଓ ସର୍ବଦା ଚିନ୍ତାମୁକ୍ତ ରୁହିବାକୁ ଚେଷ୍ଟା କରନ୍ତୁ । ବ୍ୟାୟାମ ଶରୀର ପାଇଁ ହିତକାରୀ ଅଟେ । ଏହା ଶାରୀରିକ ତଥା ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ । ତେଣୁ ନିୟମିତ ବ୍ୟାୟାମ କରନ୍ତୁ ।

ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ପ୍ରଥମେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରୀ କି ନୁହେଁ ଜାଣନ୍ତୁ ଓ ଯଥାସମ୍ଭବ ଉପବାସଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ତେଲ ମସଲା ଓ ଅଧିକ ମିଠ୍ୟାୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଆପଣ ପରାମର୍ଶ ନେଉଥିବା ଡାକ୍ତରଙ୍କଠାରୁ ଦୈନିକ ଖାଦ୍ୟର ବୀବରଣୀ ପ୍ରସ୍ତୁତ କରନ୍ତୁ ଓ ତଦନୁଯାୟୀ ଖାଦ୍ୟ ଖାଆନ୍ତୁ ।

ଆପଣ ନିୟମିତ ସମୟ ବ୍ୟବଧାନରେ ଡାଇବେଟିସ୍ ଟେଷ୍ଟ କରାନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ । ଆପଣ ଗ୍ରହଣ କରୁଥିବା ଖାଦ୍ୟରେ ଫଳ, ପନିପରିବା, ରୁଟି, ଦୁଗ୍ଧ ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ସାମିଲ୍ କରନ୍ତୁ ।

Leave A Reply

Your email address will not be published.