Latest Odisha News

BREAKING NEWS

ବୁଧବାର ୪.୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡିଶା ରାଜନୀତିର ଫର୍ଦ୍ଦ  । ବୁଧବାର ଅପରାହ୍ଣ ୪ଟା ୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ପରେ ଦୀର୍ଘ ୨୪ ବର୍ଷ ପରେ ଓଡିଶାର ମଙ୍ଗ ଧରିବେ ନୂଆ ଶାସକ । ଓଡିଶା ଇତିହାସରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ମୁଖ୍ୟମନ୍ତ୍ରୀକ ନାମ । ଏହି ଅବସରରେ ମୁକଶାଖୀ ହେବେ ଖୋଦ୍ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହିତ ଯୋଗ ଦେବେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ବୁଧବାର ଦିନ ୨ ଟା ୧୦ ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ୨୪ ବର୍ଷ ପରେ ଓଡିଶା ରାଜନୀତିର ଆଉ ଏକ ପଟ ଓଲଟାଇଛି ବିଜେପି । ଏଭଳି ଐତିହାସିକ ବିଜୟର ସାଖୀ ହେବାକୁ ଓଡିଶା ଆସୁଛନ୍ତି ମୋଦି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ  ସିଧା ରାଜଭବନ ଯିବେ ମୋଦି । ରାଜଭବନରୁ ବାହରି ଜନତା ମଇଦାନରେ ଶପଥ କାର୍ଯ୍ୟକ୍ରମରେ ଯୋଗଦାନ ଦେବେ ମୋଦି  । ଏହା ସହିତ ମୋଦି ଭୁବନେଶ୍ବରରେ କୌଣସି ରୋଡ ଶାେ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ସାମଲ ।

ସୂଚନାଯୋଗ୍ୟ, ପୂରା ରାଜ୍ୟରେ ଭରି ରହିଛି ଉତ୍କଣ୍ଠା । କିଏ ହେବ ମୁଖ୍ୟମନ୍ତ୍ରୀ? ଏନେଇ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୁପେନ୍ଦ୍ର ଯାଦବ । ଆସନ୍ତାକାଲି ବଝା ହେବ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।

ଏନେଇ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ସେମାନଙ୍କ ମଧ୍ୟରୁ ମନମୋହନ ସାମଲ, ବୈଜୟନ୍ତ ପଣ୍ଡା , ସୁରେଶ ପୁଜାରୀ, ପ୍ରଭାତି ପରିଡା, ବାବୁ ସିଂ, କେ ଭି ସିଂଦେଓ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ପୃଥୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗଙ୍କ ନାଁ ରହିଛି । ତେବେ ଏହା ଭିତରୁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀ । ଦିଲ୍ଲୀରୁ ତାଙ୍କୁ ଡକରା ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ରେସରେ କାଳେ ସବୁଠୁ ଆଗରେ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.