Latest Odisha News

BREAKING NEWS

ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ; ସମୀକ୍ଷା ବେଳେ ଆଶ୍ଚର୍ଯ୍ୟ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଟ ବଦଳାଇଛି ଓଡିଶା ରାଜନୀତି । ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ପରେ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଚନ୍ତି ମୋହନ ଚରଣ ମାଝୀ । ଆଉ ଶପଥ ନେବା ପରା ପରେ ପୂରା ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପୂରା ଭାଳି ପଡିଛି । ଘଟଣାସ୍ଥଳକୁ ନିଜେ ଯାଇ ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ । ଶାସନଭାର କାନ୍ଧକୁ ନେଉ ନେଉ ଗ୍ରାଉଣ୍ଡ ଜିରୋରେ ଏବେ ପୂରା ଆକ୍ଟିଭ ମୁଖ୍ୟମନ୍ତ୍ରୀ । ଏହାସହିତ ବିଭିନ୍ନ ଅଫିସରଙ୍କୁ ଭେଟି ରାଜ୍ୟର ଶାସନ ବ୍ୟବସ୍ଥା ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ସମୟରେ ଶାସନ ବ୍ୟବସ୍ଥାର ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ନୂଆ ସରକାର ।

ରାଜ୍ୟର ବିଭିନ୍ନ ବିଭାଗକୁ ଡାକି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବେଳେ ରାଜ୍ୟର ଶାସନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ଦେଖି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷରୁ ଜଣାପଡିଛି ଯେ, ଅବସର ପରେ ବି ବିଭିନ୍ନ ବିଭାଗରେ ବିଭିନ୍ନ ଅଫିସରଙ୍କୁ ଥଇଥାନ କରାଯାଇଛି । କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାହାର ଉତ୍ତର ବି ଦେଇ ପାରୁନାହାଁନ୍ତି ଅଫିସର । ଏହା ସହିତ ବାହାର ରାଜ୍ୟକୁ ମଧ୍ୟ ପରିଚାଳନା ଦାୟିତ୍ବ ଦିଆାଯାଇଛି । ଓଡିଶାରେ ଅଫିସରଙ୍କ ରାଜ ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ କୋଟୋରୀ ଅଧିନରେ ଶାସନ ଚାଲିଥିଲା । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ କବ୍ଜା କରିରଖିଥିଲେ । ଏଥିସହିତ କୌଣସି ବିଭାଗ ବି ସଠିକ୍ ଢଙ୍ଗରେ ନିଜର ବିଭାଗର ସୂଚନା ଦେଇପାରୁନାହାନ୍ତି ।

ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ବିଭାଗକୁ ତାଗିତ କରିବା ସହିତ ରାଜ୍ୟର ଶାସନ ବ୍ୟବସ୍ଥା ଏତେ ଅବ୍ୟବସ୍ଥା ଭିତରେ କାହିଁକି ଚାଲିଛି ବୋଲି ଉତ୍ତର ମାଗିଥିଲେ । ହେଲେ କେହି ବି ଯୁକ୍ତିଯୁକ୍ତ ଉତ୍ତର ରଖିପାରିନଥିଲେ । ଯାହାକୁ ନେଇ ରାଜ୍ୟରେ ଅଫିସରମାନଙ୍କୁ ନେଇ ବଡ ଅଦଳ ବଦଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଥମ କ୍ୟାବିନେଟ ବୖଠକରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ ଉପରେ ମୋହର ବାଜିବା ପରେ ଗୁରୁବାର ସକାଳ ମଙ୍ଗଳଆଳତି ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ବାର । ଏହା ପରେ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଯାଞ୍ଚ ପ୍ରକ୍ରିୟା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୬୭ ଟି ସ୍ଥାନରେ ଚାଲିଛି ସିବିଆଇ ଚଢାଉ । ଅନ୍ୟପଟେ ଗୁରୁବାର ମୋ ସରକାର ଓ ଫାଇଭ୍ ଟି, ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.