Latest Odisha News

BREAKING NEWS

ଏମାନେ ହାତେଇ ପାରନ୍ତି ମନ୍ତ୍ରୀ ପଦ!, ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଆସିଲା ଫୋନ କଲ

ଭୁବନେଶ୍ବର: ଶପଥ ଗ୍ରହଣକୁ ଆଉ କିଛିଟା ସମୟ ବାକି ରହିଛି । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ ବିଜେପିର ପ୍ରଥମ ଓଡିଶା ସରକାର ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ସେନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି  । ତେବେ ଏହି ଭିତରେ କିଛି ଜଣଙ୍କୁ ପ୍ରଥମେ ଫୋନ କଲ ଯାଇଛି ।

ଏବେ କ୍ୟାବିନେଟ ମନ୍ତ୍ରୀ ପଦ ନେଇ ଜଣ ଜଣଙ୍କୁ ଯାଉଛି ଫୋନ କଲ୍ । ଏଯାବତ ପ୍ରାୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପ୍ରାୟ ଫୋନ କଲ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଗୋପାଳପୁର ବିଧାୟକ ବିଭୁତି ଜେନା, ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ପାରାଦୀପ ବିଧାୟକ ସଂପଦ ସ୍ବାଇଁ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ , ମୋରଡା ବିଧାୟକ କୃଷ୍ଡଚନ୍ଦ୍ର ମାହାପାତ୍ର, ଉମରକୋର୍ଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, କୁଚିଣ୍ଡା ବିଧାୟକ ରବି ନାୟକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳବନ୍ତ ରାୟ, ରଣପୁର ବିଧାୟିକା ସୁରମା ପାଢୀଙ୍କ ପାଖକୁ ଫୋନ କଲ୍ ଯାଇଥିବା ନେଇ ସୂଚନା ମିଳିଛି ।

ସେପଟେ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଆସି ପହଞ୍ଜିଗଲେଣି । ଆଉ ମାତ୍ର ହାତଗଣତି ସମୟ । ଆରମ୍ଭ ହେବାକୁ ଯାଉଛି ମୋହନ ଯୁଗ ।

Comments are closed.