Latest Odisha News

BREAKING NEWS

କମ୍ ସମୟରେ କ୍ୟାନସର ଚିକିତ୍ସା ପାଇଁ ପ୍ରସ୍ତୁତ ହେଲା ନୂଆ ଇଞ୍ଜେକସନ

ଲଣ୍ଡନ: ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ଦୁନିଆକୁ ପ୍ରଥମ ଥର ପାଇଁ ଏକ ନୂଆ କ୍ୟାନସର ଇଞ୍ଜେକସନ୍ ଦେବାକୁ ଯାଉଛି, ଯାହା ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ଯନ୍ତ ହ୍ରାସ କରିପାରେ।

ଅଟେଜୋଲିଜୁମାବ (atezolizumab) ନାମକ ଏହି ଇଞ୍ଜେକସନ୍ ଚର୍ମ ତଳେ ଦିଆଯାଏ ଏବଂ ଏହାକୁ ଦେବାକୁ ପ୍ରାୟ ସାତ ମିନିଟ୍ ସମୟ ଲାଗେ। ଏହି ଅଟେଜୋଲିଜୁମାବ ଦେବାର ବର୍ତ୍ତମାନର ପଦ୍ଧତିଠାରୁ ବହୁତ ଅଧିକ ଦ୍ରୁତ ଅଟେ। ଯାହା ଶିରାରେ ମିଶିଥାଏ ଏବଂ ଏଥିପାଇଁ ଘଣ୍ଟାଏ ପର୍ଯ୍ୟନ୍ତ ସମୟ ନେଇପାରେ।

ଅଟେଜୋଲିଜୁମାବ ଏକ ଇମ୍ୟୁନୋଥେରାପି ଔଷଧ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କ୍ୟାନସର ସହ ଲଢିବାରେ ସାହାଯ୍ୟ କରିଥାଏ। ବର୍ତ୍ତମାନ ଏହା ଫୁସ୍ଫୁସ୍, ସ୍ତନ, ଯକୃତ ଏବଂ ମୂତ୍ରାଶୟ କ୍ୟାନସର ସମେତ ବିଭିନ୍ନ ପ୍ରକାର କ୍ୟାନସରର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି।

ଏନ୍ଏଚ୍ଏସ୍ ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ଇଂଲଣ୍ଡରେ ଅଟେଜୋଲିଜୁମାବ୍ ଚିକିତ୍ସା ଆରମ୍ଭ କରୁଥିବା ପ୍ରାୟ 3,600 ରୋଗୀଙ୍କ ମଧ୍ୟରୁ ଅଧିକାଂଶ ନୂଆ ଇଞ୍ଜେକସନ୍ ନେବା ପାଇଁ ଯାଉଛନ୍ତି।

ଏହି ଇଞ୍ଜେକସନକୁ ମେଡିସିନ୍ ଆଣ୍ଡ ହେଲଥକେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (ଏମ୍ଏଚ୍ଆରଏ) ଅନୁମୋଦନ କରିଛି।

ଓ୍ବେଷ୍ଟ ସଫୋକ ଏନଏଚଏସ ଫାଉଣ୍ଡେସନ ଟ୍ରଷ୍ଟର କନସଲଟାଣ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ଆଲେକଜାଣ୍ଡର ମାର୍ଟିନ କହିଛନ୍ତି, ଏହି ନୂଆ ଇଞ୍ଜେକସନ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସୁବିଧାଜନକ ଏବଂ ଏହାର ଆରୋଗ୍ୟ ପ୍ରକ୍ରିୟା ବହୁତ ଅଧିକ।

ଏହା କ୍ୟାନସର ଚିକିତ୍ସା କରୁଥିବା ଟିମ୍ ପାଇଁ ମଧ୍ୟ କମ୍ ସମୟ ନେବ, ଯାହାଫଳରେ ସେମାନେ ଦିନସାରା ଅଧିକ ରୋଗୀଙ୍କ ଚିକିତ୍ସା କରିପାରିବେ” ବୋଲି ସେ କହିଛନ୍ତି।

ରୋଶେ ପ୍ରଡକ୍ଟ ଲିମିଟେଡର ମେଡିକାଲ ଡିରେକ୍ଟର ମାରିଅସ ସ୍କୋଲ୍ଜ କହିଛନ୍ତି ଯେ, ଏହି ନୂଆ ଇଞ୍ଜେକସନ କ୍ୟାନସର ବିରୋଧରେ ଲଢେଇରେ ଏକ ଉଲ୍ଲେଖନୀୟ ଅଗ୍ରଗତି।

ପ୍ରଥମ ଥର ପାଇଁ ଚର୍ମ ତଳେ ଇଞ୍ଜେକସନ ଭାବେ ଇମ୍ୟୁନୋଥେରାପି ଔଷଧ ଉପଲବ୍ଧ କରାଯାଇଛି ବୋଲି ସେ କହିଛନ୍ତି। ଏହା ଫଳରେ ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ ଏବଂ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସିପାରିବ।

ଏନ୍ଏଚ୍ଏସ୍ ପକ୍ଷରୁ କୁହାଯାଇଛି ଯେ ଏହି ନୂଆ ଇଞ୍ଜେକସନ୍କୁ ଯଥାଶୀଘ୍ର ରୋଗୀଙ୍କ ପାଖରେ ପହଞ୍ଚାଇବା ପାଇଁ ରୋଚେଙ୍କ ସହ ମିଶି କାମ କରୁଛି।

Comments are closed.