ଫ୍ଲୋରିଡା:ଅନ୍ତରୀକ୍ଷ ବୁଲିବା ସ୍ୱପ୍ନ ଦେଖୁଥିବା ପର୍ଯ୍ୟଟକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ସ୍ପେଶ ଟୁରିଜମ ସ୍ପେଶ ପର୍ସପେକଟିଭ କମ୍ପାନୀ ଏଥିପାଇଁ କ୍ୟାପସୁଲ ବେଲୁନ ପ୍ରସ୍ତୁତ କରିଛି । ଏହି ବେଲୁନରେ ୧ ଲକ୍ଷ ଫୁଟ ଉପର ବାୟୁମଣ୍ଡଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିହେବ । ୨୦୨୪ ସୁଦ୍ଧା ଏହି ସ୍ୱପ୍ନ ପୂରଣ ହୋଇଯିବ ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି । ସ୍ପେଶସିପ୍ ନେପଚୁନ ନାମକ ଏହି ବେଲୁନରେ ଏକତ୍ର ୯ ଯାତ୍ରୀ ବସିପାରିବେ । ୬ ଘଂଟାର ଯାତ୍ରା ପାଇଁ ପାଖାପାଖି ୯୬ ଲକ୍ଷ ଟଙ୍କା ଦେବାକୁ ପଡିବ ।
ବାୟୁମଣ୍ଡଳ ଉପରକୁ ଯିବା ଏବଂ ଆସିବାରେ ୪ ଘଂଟା ସମୟ ଲାଗିବ । ବାକି ୨ ଘଂଟାରେ ମହାକାଶର ପ୍ରାକୃତିକ ଦୃଶ୍ୟ ଦେଖିହେବ । କେନେଡି ସ୍ପେଶ କେନ୍ଦ୍ରରୁ ଏହି ବେଲୁନ ଛଡା ଯିବ । କେତେକ କଟକଣା ଯୋଗୁ ଆମକୁ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିପାରିବ ବୋଲି କମ୍ପାନୀର କୋ ଫାଉଣ୍ଡର ଜେନ ପଏଂଟର କହିଛନ୍ତି ।
Comments are closed.