Latest Odisha News

BREAKING NEWS

ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ, ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ପାଇଁ ଫିଟିଲା ବାଟ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱର ଖଣ୍ଡପୀଠରେ ସଂଶୋଧନ ପିଟିସନ ଉପରେ ମାରାଥନ ଶୁଣାଣି ପରେ ନିୟନ୍ତ୍ରିତ ଢଙ୍ଗରେ ରଥ ଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁମତି ମିଳିଛି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ. ଏ. ବୋବ୍‌ଡେ, ଜଷ୍ଟିସ୍ ଏ. ଏସ୍‌. ବୋପାନ୍ନା ଓ ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ ଏହି ସଂଶୋଧନ ପିଟିସନ ଉପରେ ଶୁଣାଣି କରିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ କହିଛନ୍ତି । କଟକଣା ଏବଂ ନିୟମାବଳୀ ସମ୍ବିଳିତ ରାୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.