ଭୁବନେଶ୍ୱର: ରାଜ୍ୟରେ ଅଧିକ କ୍ରିୟାଶୀଳ ହେବ ସମବାୟ ଅନୁଷ୍ଠାନ। ଆସିବ ନୂଆ ସମବାୟ ନୀତି। ଏଥିପାଇଁ ଜନସାଧାରଣଙ୍କଠାରୁ ମତାମତ ଲୋଡିଲା ବିଭାଗ। ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ। କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ। ତେବେ ବିଭିନ୍ନ ରାଜ୍ୟରେ ଓ କେନ୍ଦ୍ରରେ ଥିବା ଭଲ ସମବାୟ ନୀତିକୁ ଓଡ଼ିଶା ଆପଣେଇବ। ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକ(ପାକ୍ସ) ୱାନ୍ ଷ୍ଟପ୍ ସେଣ୍ଟର ପାଲଟିବ।
ପାକ୍ସଗୁଡ଼ିକ ପେଟ୍ରୋଲ୍ ପମ୍ପ, ମିନି ବ୍ୟାଙ୍କ, ଆଧାର ପଞ୍ଜୀକରଣ କେନ୍ଦ୍ର, ଚାଷୀ ପଞ୍ଜୀକରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରକାରର ସମାଧାନର କେନ୍ଦ୍ର ହେବ । ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖୀ କରିବାକୁ ରାଜ୍ୟ ସରକାର “ଓଡ଼ିଶା ରାଜ୍ୟ ସମବାୟ ନୀତି-୨୦୨୫ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ନୀତି ପ୍ରସ୍ତୁତ ପୂର୍ବରୁ ଜନସାଧାରଣଙ୍କଠାରୁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ମାଗିଛି ସମବାୟ ବିଭାଗ।
ଚିଠା ନୀତି ସମବାୟ ବିଭାଗର ୱେବସାଇଟ୍ coop.odisha.gov.inରେ ରହିଛି । ଜନସାଧାରଣ,ସମବାୟବିତ୍ ଓ ବୁଦ୍ଧିଜୀବୀ ସେମାନଙ୍କ ମତ coopsec.or@od.gov.in/cooperationodisha@gmail.comରେ ପଠାଇ ପାରିବେ । ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଚିଠା ସମବାୟ ନୀତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି।
Comments are closed.