Latest Odisha News

BREAKING NEWS

ବ୍ରିଟେନରେ ବେକାବୁ କରୋନାଭାଇରସର ନୂଆ ଷ୍ଟ୍ରେନ଼; ଭାରତ ବନ୍ଦ କଲା ବିମାନ ଉଡାଣ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାଭାଇରସର ଏକ ନୂଆ ରୂପ ବେକାବୁ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଭାରତ ପକ୍ଷରୁ ବ୍ରିଟେନକୁ ସମସ୍ତ ବିମାନ ଉଡାଣ ବନ୍ଦ କରିଛି।

ବ୍ରିଟେନରେ ଜାରି ରହିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଟୁଇଟ୍ କରିଛି। “ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ଉଡାଣକୁ ୩୧ ଡିସେମ୍ବର ୨୦୨୦ (୨୩.୫୯ ଘଣ୍ଟା) ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ”

Comments are closed.