Latest Odisha News

ନୂଆ କରୋନା ମାମଲା ଚିହ୍ନଟ ପରେ ପୁରୀରେ ସାନିଟାଇଜେସନ ଆରମ୍ଭ

ପୁରୀ: ପୁରୀ ଜିଲ୍ଲାରେ ଚାରିଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହେବା ପରେ ସୋମବାର ଦିନ ପ୍ରଶାସନ ପକ୍ଷରୁ ସହରରେ ସାନିଟାଇଜେସନ୍ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପରିସର ତଥା ରଥ ନିର୍ମାଣ ସ୍ଥାନ ସହ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ଯେଉଁଥିରେ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଥିଲେ।

ଏହାପୂର୍ବରୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପୁରୀ ସହରରୁ ଦୁଇଟି ଏବଂ ପିପିଲି ଓ କୋଣାର୍କ ଅଞ୍ଚଳରୁ ଦୁଇଟି କରୋନା ମାମଲା ଚିହ୍ନଟ ହୋଇଥିଲା। ଏହି ଚାରୋଟି ମାମଲା ମଧ୍ୟରୁ ୩ ଜଣ କ୍ବାରେନଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ଅନ୍ୟ ଏକ ରୋଗୀ ଜଣେ ବିଚାରାଧୀନ କଏଦୀ। ଯାହାକୁ ମେ ୧୫ ରେ କୁମ୍ଭାରପଡା ଅଞ୍ଚଳରୁ ଗିରଫ କରାଯାଇଥିଲା।

ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ କୁମ୍ଭାରପଡା ଥାନାର ଆଇଆଇସି ସମେତ ଅନ୍ୟ ୩୦ ଜଣ କର୍ମଚାରୀଙ୍କୁ ଏକ ସରକାରୀ କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା। ଆସନ୍ତାକାଲି ସମସ୍ତ କର୍ମଚାରୀଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯିବ ବୋଲି ପୁରୀ ଏସପି କହିଛନ୍ତି।

Comments are closed.