Latest Odisha News

BREAKING NEWS

ଶିଶୁ ଅଦଳବଦଳ ଘଟଣା, ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିଲେ ଶତାଧିକ ମହିଳା

ବାରିପଦା: ଶିଶୁ ଅଦଳବଦଳ ଘଟଣାକୁ ନେଇ ବାରିପଦା ଜିଲ୍ଲାପାଳଙ୍କ ଅଫିସରେ ଭିତରକୁ ଧସେଇ ପଶିଲେଏ ଶତାଧିକ ମହିଳା । ଜିଲ୍ଲାପାଳଙ୍କ ଅଫିସ ଭଙ୍ଗାରୁଜା କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଘଟଣାସ୍ଥଳରେ ଆରକ୍ଷୀ ଅଧିକ୍ଷକ ପହଂଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଛନ୍ତି ।

BjdElectrycity

ସୂଚନା ମୁତାବକ, ମୟୂରଭଂଜ ଜିଲ୍ଲା ବାରିପଦାଠାରେ ଥିବା ପିଆର୍‌ଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୨୬ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରି ପିଆରଏମରେଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ଶିଶୁ ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା।

ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁଇ ମା’ଙ୍କର ନାମ ସମାନ ଥିବାରୁ ସମସ୍ୟା ଉପୁଜିଛି। ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା।

ତେବେ ୨୬ ତାରିଖରେ ଜନ୍ମ ନେଇଥିବା ଶିଶୁପୁତ୍ରଟି ୧୧ ତାରିଖରେ ମୃତ୍ୟୁବରଣ କରିଥିବା କହିଛନ୍ତି ହସ୍ପଇଟାଲ କର୍ତ୍ତୃପକ୍ଷ । ଦୁଇ ଶିଶୁର ମାଆଙ୍କ ନାମ ସମାନ ଥିବାରୁ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ହେଲେ ବଡ କଥା ହେଉଛି କାହାର ଶିଶୁ ଜୀବିତ ଅଛି ଏବଂ କାହାର ପ୍ରାଣ ହରାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାର ସତ୍ୟତା ଜାଣିବା ପାଇଁ ଉଭୟଙ୍କ ଡିଏନ୍‌ଏ ଟେଷ୍ଟ କରିବା ପାଇଁ କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

Leave A Reply

Your email address will not be published.