Latest Odisha News

BREAKING NEWS

୭ ଗୋଆ ଫେରନ୍ତାଙ୍କ ସମେତ ସୁନ୍ଦରଗଡରେ ୧୦ କରୋନା ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ବାହାର ରାଜ୍ୟ ତଥା ଜିଲ୍ଲାରୁ ଫେରିଥିବା ବେଳେ ଅନ୍ୟଟି ସ୍ଥାନୀୟ ମାମଲା । ଆହୁରି ମଧ୍ୟ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ଗୋଆ ଫେରନ୍ତା, ଜଣେ ମୁମ୍ବାଇ ଫେରନ୍ତା ଏବଂ ଜଣେ ଭୁବନେଶ୍ୱରରୁ ଆସିଥିବା ନେଇ ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୭୬୦ କରୋନା ମାମଲା ରହିଥିବା ବେଳେ ୫୮୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୧୭୪ ସକ୍ରିୟ ମାମଲା ରହିଛି ଏବଂ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ- ଲେଉଟିଲା ଲକଡାଉନ୍‌: ଆଜି ରାତି ୯ଟାରୁ ଲାଗୁ ହେବ ନିୟମ

Leave A Reply

Your email address will not be published.