Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା; ପତ୍ନୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ତଥା ମୋଟିଭେସନାଲ୍ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ଆଜି ତାଙ୍କ ପତ୍ନୀଙ୍କୁ ଜେରା କରିପାରେ। ଏବେ ଏହି ମାମଲାକୁ ଭିନ୍ନ ମୋଡ ଦେଇଛି ଲୋକୋ ପାଇଲଟଙ୍କ ବୟାନ।

ସୁତ୍ରରୁ ପ୍ରକାଶ ଯେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଜଣକ କହିଛନ୍ତି ଯେ ମୁଁ ଟ୍ରେନ୍ ଚଳାଉଥିବା ବେଳେ ସେଦିନ ଲିଙ୍ଗରାଜ ମନ୍ଦିର ରୋଡ୍ ନିକଟ ରେଳ ଷ୍ଟେସନରେ ଟ୍ରେନ୍ ସହ କେହିବି ଧକ୍କା ହୋଇନଥିଲେ।

ଆଦିତ୍ୟଙ୍କ ବନ୍ଧୁ ଦିପୁଙ୍କୁ ପଚରାଉଚରା କରିବା ପରେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ- ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା, କ୍ଲୋଜ ଫ୍ରେଣ୍ଡକୁ ନୋଟିସ୍‌

ସୂଚନାନୁସାରେ, ଲୋନ୍ କାରବାର ତଥା ତାଙ୍କ ଦ୍ୱାରା ପରିଚାଳିତ ଏନଜିଓ ସମ୍ପର୍କରେ ପଚରାଉଚରା କରିବା ଲାଗି ଜିଆରପି ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ ଏବଂ ପ୍ରୀତମଙ୍କୁ ପଚରାଉଚରା କରିସାରିଛି। ଏପରିକି ଏହି ମାମଲା ସହ ଜଡିତ ୨୦ ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିସାରିଛି।

ଅଧିକ ପଢନ୍ତୁ- ରେଳ ଧାରଣାରୁ ମିଳିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ: କାରଣ ଅସ୍ପଷ୍ଟ

Leave A Reply

Your email address will not be published.