Latest Odisha News

ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ର ଏହି ଦାୟିତ୍ୱ ମିଳିଛି । ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ପୂର୍ବରୁ କ୍ରାଇମବ୍ରାଞ୍ଚର ଏଡିଜି ଥିଲେ ।

ଦାୟିତ୍ୱ ଗ୍ରହଣ ଅବସରରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ,’ପୋଲିସ କମିଶନର ହିସାବରେ ଦାୟିତ୍ୱକୁ ନିଷ୍ଠାର ସହ ପ୍ରତିପାଳନ କରିବି । ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବି । ଆପଣମାନଙ୍କ ସହଯୋଗରେ ଏହି ଦାୟିତ୍ୱ ନିର୍ବାହ ପାଇଁ ବଦ୍ଧପରିକର । ଆପଣମାନଙ୍କ ଅକୁଣ୍ଠ ସହଯୋଗ, ପ୍ରଭୁଙ୍କ ଆଶୀର୍ବାଦ ଓ କଠୋର ପରିଶ୍ରମ ମାଧ୍ୟମରେ ପୋଲିସିଂ ସିଷ୍ଟମ ଭଲ ଭାବେ ଚାଲିବ ।’

ଦିନକୁ ଦିନ କଟକ-ଭୁବନେଶ୍ୱରରେ ଲୁଟ୍‌, ଡକାୟତ ଭଳି ଘଟଣା ବଢୁଛି । ଏହା ରୋକିବା ନେଇ ନୂଆ କମିଶନରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ରହିଛି। ସୌମେନ୍ଦ୍ର ପୂର୍ବରୁ କଟକ ଏସପି, କଟକ ଡିସିପି, ପୁରୀ ଏସପି ଓ କେନ୍ଦ୍ରାଞ୍ଚଳ ଆଇଜି ଥିଲେ ।

Leave A Reply

Your email address will not be published.